ମଝି ଆକାଶରେ ମୁହାଁମୁହିଁ ହୋଇଥାନ୍ତେ ଦୁଇ ବିମାନ: ସେଇ ୧୫ ସେକେଣ୍ଡ…

how-airasia-1

ନୂଆଦିଲ୍ଲୀ: ଅଳ୍ପକେ ରକ୍ଷା ପାଇଲା  ବିମାନ।  ୧୫ ସେକେଣ୍ଡ ହୋଇଥିଲେ ସବୁକିଛି ଏପଟସେପଟ ହୋଇଯାଇଥାନ୍ତା। ମୁହାଁମୁହିଁ ରୁ ବର୍ତ୍ତିଗଲା ଦୁଇ ବିମାନ। ଏୟାର ଟ୍ରାଫିକ୍‌ର ସିଗ୍‌ନାଲ ନେଇ ପାଇଲଟଙ୍କ ମଧ୍ୟରେ ବୁଝାମଣା ଅଭାବରୁ ଏଭଳି କିଛି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ବାରଣାସୀ ଆକାଶରେ ଏୟାର ଏସିଆ ଏବଂ ଇଣ୍ଡିଗୋ ଏହି ଦୁଇଟି ବିମାନ ବିପଦରୁ ମୁକ୍ତ ପାଇଥିଲେ।  ଘଟଣା ଅନୁଯାୟୀ ଏୟାର ଏସିଆ ବିମାନ(ଏ୩୨୦ଏସ)  ବାଗଡୋଗ୍ରାରୁ  ଦିଲ୍ଲୀ ଆସୁଥିବା ବେଳେ ଇଣ୍ଡିଗୋ (୬ଇ୩୯୮)  ଦିଲ୍ଲୀରୁ ବାଗଡୋଗ୍ରା ଯାଉଥିଲା।

ଯେତେବେଳେ ଏୟାର ଏସିଆ ବିମାନ ବାରଣାସୀ ଆକାଶରେ ପ୍ରବେଶ କଲା ପାଇଲଟଙ୍କୁ  ୩୪,୦୦୦ ଫୁଟ୍‌ ଉପରେ ଚଳାଇବାକୁ ଏୟାର ଟ୍ରାଫିକ୍‌ ପକ୍ଷରୁ ସିଗ୍‌ନାଲ ଆସିଥିଲା। ହେଲେ ବୁଝାମଣା ଅଭାବରୁ ଏୟାର ଏସିଆର ପାଇଲଟ  ୩୩,୦୦୦ ଫୁଟରେ ବିମାନ ଚଳାଇଥିଲେ।  ସେପଟେ ସମାନ ଉଚ୍ଚତାରେ ଇଣ୍ଡିଗୋ ଆସୁଥିଲା।  ଉଭୟ ବିପରୀତ ଦିଗରୁ ମୁହାଁମୁହିଁ ହୋଇ ଆସୁଥିଲେ। ନିକଟତର ହେବା ବେଳକୁ  ଉଭୟଙ୍କ ମଧ୍ୟରେ ଦୂରତା ଥିଲା ୯ କିମି।

ଆଉ ମାତ୍ର ୧୫ ସେକେଣ୍ଡ ହୋଇଥିଲେ ଏହି ବିମାନ ଦୁଇଟି ପିଟି ହୋଇଯାଇଥାନ୍ତେ। ଆଧୁନିକ ଜ୍ଞାନ କୌଶଳ ପାଇଁ ବିମାନ ଦୁଇଟି ଦୁର୍ଘଟଣାରୁ ବର୍ତ୍ତଯାଇଥିଲେ। ଦୁର୍ଘଟଣାକୁ ଏଡ଼େଇବା ପାଇଁ ବିମାନରେ ଏୟାର ବ୍ରୋନ ନାମକ ଏକ ମେସିନ ରହିଛି । ଯାହାଦ୍ବାରା କୌଣସି ବିପଦ ଆସିଲେ ଆଗୁଆ ଜଣାପଡ଼ିଥାଏ।  ସେହି ଅନୁଯାୟୀ ପାଇଲଟ ସତର୍କ ହୋଇ ଦିଗ ପରିବର୍ତ୍ତନ କରିଦେବାରରୁ ବିପଦ ଟଳି ଯାଇଥିଲା ବୋଲି ଏୟାର ଏସିଆର ଜଣେ ଅଧିକାରୀ କହିଛନ୍ତି।  ନଚେତ ଅନେକ ଯାତ୍ରୀ ମୃତାହତ ହୋଇଥାନ୍ତେ। ଗତ ରବିବାର ଏହି ଘଟଣା ଘଟିଥିଲେ ମଧ୍ୟ ଏହାକୁ ପ୍ରକାଶ କରାଯାଇ ନ ଥିଲା। ଏବେ ଘଟଣାର ତଦନ୍ତ ବେଳେ ଖବର ସାମ୍ନାକୁ ଆସିଛି।

SHARE THIS

RELATED ARTICLES

LEAVE COMMENT