BSF ସେକ୍ଟର୍‌ ମୁଖ୍ୟାଳୟରେ ବିସ୍ଫୋରଣ: ୨ ଜଣ ଯବାନଙ୍କ ମୃତ୍ୟୁ

ମଣିପୁର ରାଜଧାନୀ ଇମ୍ପାଲରେ ବିଏସ୍ଏଫ୍ ସେକ୍ଟର୍‌ ମୁଖ୍ୟାଳୟରେ ବଡ ଧରଣର ବିସ୍ଫୋରଣ। ଏହି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ଇମ୍ପାଲ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟର କୋଇରେଙ୍ଗି କ୍ୟାମ୍ପସ ନିକଟରେ ଆଜି ଦିନ ୨ଟା ବେଳେ IED ବିସ୍ଫୋରଣ ହୋଇଥିଲା। ମୁଖ୍ୟାଳୟ ସମ୍ମୁଖରେ ପହରା ଦେଉଥିବା ୨ ଜଣ ଜୱାନ ବିସ୍ଫୋରଣରେ ପ୍ରଥମେ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।  ବିସ୍ଫୋରଣରେ ୨ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି।  ଘଟଣା ପରେ ବିଏସଏଫ ପକ୍ଷରୁ ସୁରକ୍ଷା କଡାକଡି କରିବା ସହ ତଦନ୍ତ ଆରମ୍ଭ କରିଛି। ଉଗ୍ରବାଦୀ ସଙ୍ଗଠନ ପକ୍ଷରୁ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ସନ୍ଦେହ କରାଯାଉଛି।

Previous ArticleNext Article

Send this to a friend