କେନ୍ଦ୍ରୀୟ ଆଧାର ଡାଟା ସେଣ୍ଟରର ସୁରକ୍ଷା ବ୍ୟବସ୍ଥା ବଢିଲା

ବାଙ୍ଗାଲୁରୁ: ଆଧାର କାର୍ଡରେ ରହୁଥିବା ଜୈବିକ ତଥ୍ୟର ଯଦି ଆତଙ୍କବାଦୀଙ୍କ ହାତରେ ପଡିଯାଏ ତା ହେଲେ କଥା ସରିଲା। ସରକାର ଏକକ ପରିଚୟପତ୍ର ବ୍ୟବସ୍ଥାକୁ ସୁଦୃଢ କରିବାକୁ ଯାଇ ଆଧାର କାର୍ଡ ବ୍ୟବସ୍ଥା ଆରମ୍ଭ କରିଥିବା ବେଳେ ଏବେ ଏହାର ସୁରକ୍ଷାକୁ ନେଇ ଚିନ୍ତା ବଢିଛି।

ଏସବୁକୁ ଦୃଷ୍ଟିରେ ରଖି ସରକାର ବାଙ୍ଗାଲୁରୁଠାରେ ଥିବା ୟୁଆଇଡିଏଆଇର କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍‌ର ସୁରକ୍ଷା ବଢାଇଦେଇଛନ୍ତି । ୮୦ ଜଣ ସିଆଇଏସ୍‌ଏଫ୍‌ କମାଣ୍ଡୋ ୨୪ ଘଣ୍ଟିଆ ପ୍ରହରା ଦେଉଛନ୍ତି ଏଠାରେ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ୟୁଆଇଡିଏଆଇ ଡାଟା ସେଣ୍ଟରର ସୁରକ୍ଷା ପାଇଁ ମୋଟ ୧୬୨ ଜଣ ସିଆଇଏସଏଫ କମାଣ୍ଡୋ ନିୟୋଜିତ ହୋଇଥିବା ବେଳେ ଅବଶିଷ୍ଟ ୮୨ ଜଣ ଆସନ୍ତା କିଛି ସପ୍ତାହ ମଧ୍ୟରେ ଯୋଗ ଦେବେ । ଜଣେ ଡେପୁଟୀ କମାଣ୍ଡାଣ୍ଟଙ୍କ ଅଧିନରେ ଏହି ଟିମ କାର୍ଯ୍ୟ କରୁଛି ବୋଲି ସିଆଇଏସଏଫ ଏଆଇଡି ହେମେନ୍ଦ୍ର ସିଂ କହିଛନ୍ତି ।

Previous ArticleNext Article

Send this to a friend