ବେକାରୀଙ୍କୁ ମିଳିବ ମାସକୁ ୨ ହଜାର ଟଙ୍କା: କାମ ମିଳିବା ଯାଏଁ ଭତ୍ତା ମିଳିବ

employment

ଅମରାବତୀ: ଦେଶରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି ବେକାରୀ ସମସ୍ୟା। ଏଭଳି ସ୍ଥିତିରେ ଆନ୍ଧ୍ର ସରକାର ବେକାରୀ ଯୁବକଙ୍କ ପାଇଁ ଖୁବଶୀଘ୍ର ଭତ୍ତା ଘୋଷଣା କରିବାକୁ ଯାଉଛନ୍ତି। ବୁଧବାର କ୍ୟାବିନେଟ ବୈଠକରେ ଏନେଇ ଆଲୋଚନା ହୋଇଛି । ଶିକ୍ଷତ ଯୁବକଯୁବତୀଙ୍କୁ ୨୦୦୦ ଟଙ୍କା ଭତ୍ତା ଯୋଗାଇ ଦେବାକୁ ବୈଠକରେ ନିଷ୍ପତି ହୋଇଛି। ଏହାଦ୍ୱାରା ରାଜ୍ୟର ୧୨ ଲକ୍ଷ ବେକାର ଯୁବକଯୁବତୀ ଉପକୃତ ହେବେ। ଏଥିପାଇଁ ସରକାର କିଛି ନୂତନ ପଦକ୍ଷେପ ଗ୍ରହଣ କରିବେ। ପ୍ରଥମ ବର୍ଷରୁ ସରକାରଙ୍କୁ ଏଥିପାଇଁ  ୫୦୦ କୋଟି ଟଙ୍କାର ଆର୍ଥକ ବୋଝ ଉଠାଇବାକୁ ପଡିପାରେ। ତେବେ ଏଥିପାଇଁ ସରାକାର ଏହି ସବୁ ପଦକ୍ଷେପ ଗ୍ରହଣ କରିପାରନ୍ତି।

୧. ରାଜକୋଷରୁ ଖର୍ଚ୍ଚ ହେବ  ୫୦୦ କୋଟି ଟଙ୍କା। ଜୁଲାଇ ଶେଷ ଆଡକୁ ଏହି ଯୋଜନା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।  ୨ରୁ ୩ ବର୍ଷ ପାଇଁ ଏହି ଭତ୍ତା ଯୋଗାଇ ଦିଆଯିବାର ଯୋଜନା ରହିଛି।

୨. ଯେଉଁମାନଙ୍କର ନାଁ ଏମ୍ପ୍ଲୟମେଣ୍ଟ ଏସ୍କଚେଞ୍ଜ୍ ବ୍ୟୁରୋରେ ପଞ୍ଜିକରଣ ହୋଇଛି ସେମାନଙ୍କୁ ଏହି ସୁବିଧା ପାଇବା ପାଇଁ ପ୍ରକୃତ ତଥ୍ୟ ଦେବାକୁ ପଡିବ।

୩. ପରିବାରର କେବଳ ଜଣଙ୍କୁ ଏହି ଯୋଜନାରେ ସାମିଲ୍ କରାଯିବ।

ଏଥିପାଇଁ ସରକାର ପ୍ରଥମେ ହିତାଧିକାରୀଙ୍କ ବୟସ ଅନୁଯାୟୀ କେବେ ଠାରୁ ବେକାର ହୋଇଛନ୍ତି ସେନେଇ ତଦନ୍ତ କରିବେ। ପରେ ତାଙ୍କ ନାଁ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ ବ୍ୟୁରୋରେ ପଞ୍ଜିକୃତ ହୋଇଛି କି ନାହିଁ ଯାଞ୍ଚ କରିବେ।  ଏହାପରେ ସେମାନଙ୍କୁ ଭତ୍ତା ଦିଆଯିବ। ଆନ୍ଧ୍ର ସରକାରଙ୍କ ଏହି ଘୋଷଣା ଅନ୍ୟ ରାଜ୍ୟଗୁଡିକୁ ପ୍ରଭାବିତ କରିପାରେ। ପୂର୍ବରୁ ପଶ୍ଚିମବଙ୍ଗ  ଓ ତାମିଲନାଡୁ ରାଜ୍ୟ ସରକାର ବେକାରୀ ଭତ୍ତା  ଯୋଗାଇ ଦେଉଛନ୍ତି।

Previous ArticleNext Article

Send this to a friend