ଭୟଙ୍କର ସ୍ଥିତିରେ ସ୍ୱାଇନ୍-ଫ୍ଲୁ: ସାଧାରଣ ଲୋକ ତ ଦୂରର କଥା କେନ୍ଦ୍ରମନ୍ତ୍ରୀ ମଧ୍ୟ ଆକ୍ରାନ୍ତ

prakash-Javadek

ନୂଆଦିଲ୍ଲୀ: ଦେଶରେ ଏବେ ସ୍ୱାଇନ ଫ୍ଲୁ ଆତଙ୍କ ଦେଖାଦେଇଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ସ୍ଥିତି ଆଡକୁ ଅଗ୍ରସର ହେଉଛ। ଏପରିସ୍ଥିତିରେ  କେନ୍ଦ୍ରୀୟ ମାନବସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ସ୍ୱାଇନ୍‌-ଫ୍ଲୁ ହୋଇଥିବା ଜଣାପଡିଛି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ନିଜ ଘରୁ ବାହାରକୁ ବାହରୁ ନାହାଁନ୍ତି। ଏମିତିକି ସଂସଦ ମଧ୍ୟ ଯାଉନାହାଁନ୍ତି। ଏଥିପାଇଁ ଆଜି ରାଜ୍ୟସଭାରେ ତାଙ୍କ ଅନୁପସ୍ଥିତିରେ ଆଜି ତାଙ୍କ ଜୁନିୟର ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ଉତ୍ତର ରଖିଥିଲେ। ସେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ସେ କୌଣସି ଲୋକଙ୍କୁ ଭେଟୁ ନ ଥିବା ଜଣାପଡିଛି। ଏହାପୂର୍ବରୁ ବଲିଉଡ ଷ୍ଟାର ଅମିର ଖାନ୍‌ ଓ ତାଙ୍କ ପତ୍ନୀ ମଧ୍ୟ ସ୍ୱାଇନ୍‌ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇ ସିକିତ୍ସିତ ହେଉଛନ୍ତି।

Previous ArticleNext Article

Send this to a friend