ହରଡ଼ ଘଣାରେ ବିଜେପି ବିଧାୟକ, ପଚରାଉଚରା କରିପାରେ ପୋଲିସ୍‌

ନୂଆଦିଲ୍ଲୀ: ଉନାଓ ଗଣଦୁଷ୍କର୍ମ ମାମଲାରେ ଉତ୍ତର ପ୍ରଦେଶ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ଭାଇ ଅତୁଲ ସିଂହ ସେନଗାରଙ୍କୁ ପୋଲିସ ଧରିଛି। କ୍ରାଇମବ୍ରାଞ୍ଚର ଏକ ଟିମ୍ ତାଙ୍କୁ ଗିରଫ କରିଛି। ଅତୁଲଙ୍କ ବିରୋଧରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଏଥିସହ ପୂରା ମାମଲାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ପୋଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଛି। ଏହି ଟିମ୍ ବିଧାୟକ କୁଲଦୀପଙ୍କୁ ପଚରାଉଚରା କରିପାରେ। ମାମଲାରେ ପୋଲିସର ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ଯେଉଁ ଏତଲା ଦିଆ ହୋଇଥିଲା ସେଥିରେ ବିଧାୟକଙ୍କ ଭାଇଙ୍କ ନାଁ ଥିଲା। କିନ୍ତୁ ପରେ ଏଥିରୁ ଅତୁଲଙ୍କ ନାଁ ବାଦ୍ ଦିଆଯାଇଥିଲା।

ଗତକାଲି ପୀଡ଼ିତାଙ୍କ ବାପାଙ୍କ ମୃତ୍ୟୁ ପୋଲିସ ହେପାଜତରେ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପୀଡ଼ିତା ଜଣଙ୍କ ଅଭିଯୋଗ କରିଥିଲେ ଯେ, ବିଧାୟକ ଓ ତାଙ୍କ ଭାଇ ଅପହରଣ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ଏକ ଗଣ୍ଡଗୋଳ ମାମଲାରେ ପୀଡ଼ିତାଙ୍କ ବାପାଙ୍କୁ ଗତ ୨ ତାରିଖ ଦିନ ଗିରଫ କରାଯାଇ ଉନାଓ ଜେଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗତକାଲି ସେଠାରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।

 

 

Previous ArticleNext Article

Send this to a friend