ମୋଦି ଓ ଯୋଗୀଙ୍କ କଥାରେ ଭରସା କଲେ ଉନ୍ନାଓ ପୀଡ଼ିତା

ଲକ୍ଷ୍ମୌ: ଉତ୍ତରପ୍ରଦେଶ ଉନ୍ନାଓ ପୀଡ଼ିତାଙ୍କର ଆଜି ଡାକ୍ତରୀ ପରୀକ୍ଷା କରାଯାଇଛି । ଏଥିପାଇଁ ପରିବାର ସହିତ ତାଙ୍କୁ ଲକ୍ଷ୍ନୌ ଅଣାଯାଇଥିଲା । ଏହି ସମୟରେ ସେ କହିଛନ୍ତି, ଏବେ ତାଙ୍କୁ ନ୍ୟାୟ ମିଳିବାର ଆଶା ଅଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତିଶ୍ରୁତି ପରେ ଦୋଷୀକୁ ଦଣ୍ଡ ମିଳିବ ଓ  ଆମକୁ ନ୍ୟାୟ ମିଳିବାର ଆଶା ସୃଷ୍ଟି ହୋଇଛି ।   ସେପଟେ ଗିରଫ ହୋଇଥିବା ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କୁ ଆଜି ସିବିଆଇ କୋର୍ଟରେ ହାଜର କରିଛି । ଏହି ସମୟରେ ସେ କହିଛନ୍ତି, ଦୁଷ୍କର୍ମରେ ତାଙ୍କର ସଂପୃକ୍ତି ନାହିଁ । ସେ ନିର୍ଦ୍ଦୋଷ ।  ଗତକାଲି ପ୍ରାୟ ୧୬ ଘଣ୍ଟା ଧରି ପଚରା ଉଚରା ପରେ ବିଧାୟକ କୁଳଦୀପ ସିଂହ ସିଙ୍ଗେରଙ୍କୁ ଗିରଫ କରାଯାଇଥିଲା।

Previous ArticleNext Article

Send this to a friend