ଜାତିସଂଘ ଘୋଷଣା କରିଥିବା ଆତଙ୍କବାଦୀ ତାଲିକାରେ ୧୩୯ଜଣ ପାକିସ୍ତାନୀ, ଦାଉଦର ନାଁ ବି ଅଛି

ନୂଆଦିଲ୍ଲୀ: ଜାତିସଂଘ ନିରାପତ୍ତା ପରିଷଦ ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୧୩୯ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ନାଁ ରହିଛି। ଏହି ଆତଙ୍କବାଦୀମାନେ ପାକିସ୍ତାନରେ ରହି ଆତଙ୍କୀ ସଂଗଠନକୁ ଚଳାଉଛନ୍ତି। ସେଥିରୁ ଅଧିକାଂଶ ଲସ୍କର୍‌-ଏ-ତୈବା ଏବଂ ଜୈସ୍‌-ଏ-ମହମ୍ମଦର ବୋଲି ଜଣାପଡ଼ିଛି। ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ମଙ୍ଗଳବାର ଏହି ତାଲିକା ପ୍ରକାଶ କରାଯାଇଥିଲା।

ଜାତିସଂଘ ପ୍ରସ୍ତୁତ କରିଥିବା ଆତଙ୍କବାଦୀ ତାଲିକାରେ ଶୀର୍ଷରେ ରହିଛି ଅଲ୍‌ କାଏଦାର ଅୟମାନ ଅଲ୍‌-ଜଓ୍ଵାହିରି। ସେ ହେଉଛି ଓସାମା ବିନ୍‌ ଲାଡେନ୍‌ର ଉତ୍ତରାଧିକାରୀ।

ଜାତିସଂଘ ପକ୍ଷରୁ ଦାବି କରାଯାଇଛି ଯେ, ଏହି ଆତଙ୍କବାଦୀ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାରେ ରହୁଛି। ସେଠାରୁ ସେ  ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳନା କରୁଛି।

ତାଲିକାର ଦ୍ୱିତୀୟରେ ରହିଛି ରମ୍‌ଜୀ ମହମ୍ମଦ ବିନ୍‌ ଅଲ୍‌-ଶଇବାହ। ସେ ୟେମେନ୍‌ର ନାଗରିକ।  ତାକୁ କରାଚିରୁ ଗିରଫ କରାଯାଇ ଆମେରିକାକୁ ହସ୍ତାନ୍ତର କରାଯାଇଥିଲା।

ଏହି ତାଲିକାରେ ୧୨ଜଣ କୁଖ୍ୟାତ ଆତଙ୍କବାଦୀ ନାମ ସାମିଲ ରହିଛି, ଯେଉଁମାନଙ୍କୁ ପାକିସ୍ତାନରୁ ଗିରଫ କରାଯିବା ପରେ ଆମେରିକାକୁ ହସ୍ତାନ୍ତର କରାଯାଇଥିଲା। ଏହି ଆତଙ୍କବାଦୀଙ୍କ ମଧ୍ୟରୁ କେତେଜଣଙ୍କ ପାଖରେ ପାକିସ୍ତାନୀ ପାସପୋର୍ଟ ରହିଛି

ଏହି ତାଲିକାରେ ଦାଉଦ ଇବ୍ରାହିମ୍‌ ଓ ହଫିଜ୍‌ ସଇଦ ନାଁ ବି ରହିଛି। ଦାଉଦ ପାଖରେ  କିଛି ପାକିସ୍ତାନୀ ପାସପୋର୍ଟ ରହିଛି। ଏହି ପାସପୋର୍ଟ ଗୁଡ଼ିକୁ ରାୱଲପିଣ୍ଡି ଓ କରାଚିରେ କରାଯାଇଛି।

ଦାଉଦ କରାଚିର ନୁରବନ୍ଦ ଅଞ୍ଚଳରେ ଏକ ବଙ୍ଗଳାରେ ରହୁଛି ବୋଲି ଜାତିସଂଘ ପକ୍ଷରୁ ଦାବି କରାଯାଇଛି।

Previous ArticleNext Article

Send this to a friend