ପାକିସ୍ତାନକୁ ସୈନ୍ୟ ସହାୟତା ଦେବା ବନ୍ଦ କଲା ଆମେରିକା

america

ନୂଆଦିଲ୍ଲୀ: ଆତଙ୍କବାଦର ଭୂସ୍ୱର୍ଗ ପାଲଟି ଥିବା ପାକିସ୍ତାନକୁ ଲାଗିଛି ଏକ ବଡ଼ ଝଟକା। ସୈନ୍ୟ ସହାୟତା ବାବଦକୁ ଆମେରିକା ପାକିସ୍ତାନକୁ ଦେଉଥିବା ୨୨୫ ମିଲିୟନ ଡଲାର ବନ୍ଦ କରି ଦେଇଛି। ଦୁଇଦିନ ପୂର୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସୂଚନା ଦେଇଥିଲେ। ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ପାକିସ୍ତାନକୁ ଦିଆଯାଉଥିବା ଆର୍ଥିକ ସହାୟତା ବନ୍ଦ କରାଯିବ ବୋଲି ସେ କହିଥିଲେ। ଦୁଇଦିନ ପୂର୍ବେ ଟ୍ରମ୍ପ ଯାହା କହିଥିଲେ ଆଜି ତାକୁ କାର୍ଯ୍ୟରେ ପରିଣତ କରିବା ସହ ପାକିସ୍ତାନକୁ ବଡ଼ ଝଟକା ଦେଇଛନ୍ତି।

ଭାରତ ବିଭାଜନ ହୋଇ ପାକିସ୍ତାନ ଗଠନ ହେବା ପରଠାରୁ ଆମେରିକା ସବୁବେଳେ ଆର୍ଥିକ ସହାୟତା ଦେଇ ଆସିଛି। ଉଭୟ ରାଷ୍ଟ୍ରଙ୍କୁ ବିଶ୍ୱ ଭଲ ବନ୍ଧୁ ଭାବେ ଦେଖିଥାଏ। ୨୦୦୧ରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଆର୍ଥିକ ସହାୟତା ଅଧିକ ଦେବାରେ ଲାଗିଥିଲା ଆମେରିକା। ଏହି ଅର୍ଥ ପାକିସ୍ତାନକୁ ସୈନ୍ୟ ବଳ ସହାୟତା ବାବଦକୁ ମିଳୁଥିଲା। ଉଦ୍ଦେଶ୍ୟ ଥିଲା ଆତଙ୍କବାଦ ବିରୋଧୀ ଲଢେଇରେ ପାକିସ୍ତାନ ଏହାର ବ୍ୟବହାର କରିବ।

ଆମେରିକା ପାଖରୁ ପାକିସ୍ତାନ ଅର୍ଥ ପାଉଥିଲେ ବି ଆତଙ୍କବାଦ ବିରୋଧୀ ଲଢେଇରେ ସେମିତି କିଛି ପଦକ୍ଷେପ ନେଇନାହିଁ। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ସବୁବେଳେ ଦୋମୁହାଁ ନୀତି ଆପଣେଇଛି। ଆତଙ୍କବାଦ ବିଲୋପ ନାଁରେ ଅର୍ଥ ହାତଉଥିବା ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଛି। ସାରା ବିଶ୍ୱକୁ ଆତଙ୍କବାଦୀ ଏହି ଦେଶ ସପ୍ଲାଏ କରୁଛି। ଯାହା ବିଶ୍ୱକୁ ଆଉ ଅଛପା ନାହିଁ। ଆମେରିକା ଦେଇଥିବା ଅର୍ଥ ପାକିସ୍ତାନ ଆତଙ୍କବାଦ ବିଲୋପ ନାଁରେ ଏହାର ବୃଦ୍ଧିରେ ବ୍ୟବହାର କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ଉଠିବାରେ ଲାଗିଥିଲା। ଏପରିସ୍ଥିତିରେ ଆମେରିକା ମଧ୍ୟ ପାକିସ୍ତାନ ଉପରୁ ଆସ୍ଥା ହରାଇ ସାରିଥିଲା।

Previous ArticleNext Article

Send this to a friend