ମୁମ୍ବାଇ ଆଟାକ୍‌ର ମାଷ୍ଟର ମାଇଣ୍ଡକୁ ଝଟ୍‌କା: ଆମେରିକା ଜାରି କରିଥିବା ଆତଙ୍କବାଦୀ ସଂଗଠନ ତାଲିକାରେ ହାଫିଜର ଦଳ ସାମିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇ ଆଟାକ୍‌ର ମାଷ୍ଟର ମାଇଣ୍ଡ୍ ତଥା ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସଇଦକୁ ଝଟ୍‌କା।  ପାକିସ୍ତାନରେ ସକ୍ରିୟ ଥିବା ହାଫିଜର ରାଜନୈତିକ ଦଳ ମିଲ୍ଲି-ମୁସଲିମ-ଲିଗ୍‌କୁ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି ଆମେରିକା। ଆମେରିକା ଜାରି କରିଥିବା ଆତଙ୍କବାଦୀ ସଂଗଠନ ତାଲିକାରେ ହାଫିଜର ଏହି ରାଜନୈତିକ ଦଳ ରହିଛି। ଏଥିସହିତ ହାଫିଜ ସହ ଜଡିତ ଥିବା ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା ଓ ତେହେରିକେ-ଆଜାଦ-ଏ- କାଶ୍ମୀର ସଂଗଠନକୁ ମଧ୍ୟ ଆମେରିକା ଜାରି କରିଥିବା ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି। ଆଗାମୀ ଦିନରେ ଏହି ସଂଗଠନ ଗୁଡିକ ଉପରେ ଆମେରିକା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭାବନା ରହିଛି।

Previous ArticleNext Article

Send this to a friend