କଶ୍ମୀରରେ ରକ୍ତର ହୋଲି ଖେଳୁଥିବା ହିଜବୁଲ୍‌ ମୁଜାହିଦିନ୍‌କୁ କଡ଼ା ଝଟକା ଦେଲା ଆମେରିକା : ଜାଣନ୍ତୁ କ’ଣ ହେଲା

terror

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର):ଜମ୍ମୁ କଶ୍ମୀରରେ ଆତଙ୍କ ସୃଷ୍ଟି କରୁଥିବା  ହିଜବୁଲ୍ ମୁଜାହିଦିନ୍‌କୁ ଶକ୍ତ ଝଟକା। ଏହି ସଙ୍ଗଠନକୁ ଆମେରିକା ବିଶ୍ୱ ଆତଙ୍କବାଦୀ ସଙ୍ଗଠନ ବୋଲି ବୁଧବାର ଘୋଷଣା କରିଛି । ଏଥିସହ ସଙ୍ଗଠନକୁ ବିଦେଶୀ ଆତଙ୍କୀ ସଙ୍ଗଠନ ବୋଲି ଆମେରିକା ଚିତ୍ରଣ କରିଛି । ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଇମିଗ୍ରେସନ ଆକ୍ଟ ନ୍ୟାଶନାଲିଟି ଧାରା  ୨୧୯ ଅନୁଯାୟୀ ଏଭଳି ଘୋଷଣା କରାଯାଇଛି।

ଏଥିସହ ହିଜବୁଲ୍‌ ମୁଜାହିଦିନ୍‌ ସହ ଯୋଡ଼ି ହୋଇଥିବା ସମସ୍ତ ସମ୍ପତ୍ତିକୁ କଳାଧନ ବୋଲି ଘୋଷଣା କରାଯାଛି। ଏଥିସହ ସଙ୍ଗଠନର ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି। ୧୯୮୯ରେ ପ୍ରତିଷ୍ଠା ହୋଇଥିବା ଏହି ସଙ୍ଗଠନ ଦୀର୍ଘ ସମୟ ଧରି କଶ୍ମୀର ଘାଟିରେ ଯାବତୀୟ ହିଂସା ଘଟାଇ ଆସୁଥିଲା।  ବିଭିନ୍ନ ପ୍ରକାର ବିସ୍ଫୋରଣ କରି ରକ୍ତର ହୋଲି ଖେଳୁଥିଲା। କେବଳ କଶ୍ମୀର ନୁହଁ ଏହି ସଙ୍ଗଠନର ଚେର ଦେଶର ଅନ୍ୟ ସହରକୁ ମଧ୍ୟ ବ୍ୟାପି ଯାଇଛି।

ତେବେ କଶ୍ମୀରର ଏହି ସଙ୍ଗଠନ ସବୁଠୁ ପୁରୁଣା ଶକ୍ତିଶାଳୀ ଭାବେ ପରିଗଣିତ ହେଉଛି।  ଏହି ସଙ୍ଗଠନର ମୁଖ୍ୟ କାର୍ପଟଦାର ହେଉଛନ୍ତି  ୟୁସୁଫ ସାହା ଓରଫ ସୟଦ ସଲାଉଦ୍ଦିନ। ୨୦୧୪ରେ କଶ୍ମିରରେ ଘଟିଥିବା ହିଂସାକାଣ୍ଡରେ ଏହି ସଙ୍ଗଠନ ନିଜକୁ  ଦାବି କରିଥିଲା।

Previous ArticleNext Article

Send this to a friend