ସରକାରୀ ବଙ୍ଗଳାରେ ଭଙ୍ଗାରୁଜା ନେଇ ଫସିଲେ ଅଖିଳେଶ: ରାଜ୍ୟପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କ ସରକାରୀ ବଙ୍ଗଳା ଛାଡ଼ିବା ପୂର୍ବରୁ ସେଠାରେ ଭଙ୍ଗାରୁଜା ହୋଇଛି। ସରକାରୀ ବଙ୍ଗଳାରେ ଭଙ୍ଗାରୁଜା ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ୟୁପି ରାଜ୍ୟପାଳ ରାମ ନାଏକ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁପି ସରକାରଙ୍କୁ ସୁପାରିଶ କରିଛନ୍ତି ରାଜ୍ୟପାଳ।

ଏଥିରେ ପ୍ରତିକ୍ରିୟା ରଖି ରାଜ୍ୟପାଳ କହିଛନ୍ତି, ଲୋକଙ୍କଠାରୁ ନିଆଯାଉଥିବା ଟ୍ୟାକ୍ସ ପଇସାରେ ସରକାରୀ ବଙ୍ଗଳାର ରକ୍ଷଣାବେକ୍ଷଣ କରାଯାଉଛି। କିନ୍ତୁ ବଙ୍ଗଳା ଖାଲି କରିବା ପୂର୍ବରୁ ଏପରି ଭଙ୍ଗାରୁଜା କରିବା ଅନୁଚିତ୍। ସରକାରୀ ସମ୍ପତ୍ତି ନଷ୍ଟ କରିବା ଏକ ଅପରାଧ ଓ ଏହା ଏକ ଗମ୍ଭୀର ଘଟଣା ବୋଲି ରାଜ୍ୟପାଳ କହିଛନ୍ତି। ତେଣୁ ଏପରି କାର୍ଯ୍ୟ ପାଇଁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି। ଏଥିସହିତ ରାଜ୍ୟ ସମ୍ପତ୍ତି ବିଭାଗ ଅଧିକାରୀମାନଙ୍କୁ ଡକାଇ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ବଙ୍ଗଳାର ରକ୍ଷଣାବେକ୍ଷଣ ଓ ଆବଣ୍ଟନ ବିଷୟରେ ପଚାରି ବୁଝିଛନ୍ତି।

Previous ArticleNext Article

Leave a Reply

Send this to a friend