ତ୍ରିଭେନ୍ଦ୍ର ସିଂହ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ, ୯ମନ୍ତ୍ରୀଙ୍କ ସମେତ ନେଲେ ଶପଥ

trivendra-rawat

ଡେରାଡୁନ୍‌:ତ୍ରିଭେନ୍ଦ୍ର ସିଂହ ରାୱତ ହେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡର ନବମ ମୁଖ୍ୟମନ୍ତ୍ରୀ ଭାବେ ସେ ଆଜି ଶପଥ ଗ୍ରହଣ କିରିଛନ୍ତି । ଡେରାଡୁନ୍‌ ପ୍ୟାରେଡ୍‌ ଗ୍ରାଉଣ୍ଡରେ ରାଜ୍ୟପାଳ କେ.କେ ପଲ୍‌ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ତାଙ୍କ ସହିତ ଶପଥ ନେଇଥିବା ୯ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ସତପାଲ୍‌ ମହାରାଜ୍‌, ପ୍ରକାଶ ପନ୍ତ୍‌, ମଦନ କୌଶିକ୍‌, ଯଶପାଲ୍‌ ଆର୍ଯ୍ୟ,ଆରବିନ୍ଦ୍‌ ଆର୍ଯ୍ୟ ଓ ସୁବୋଧ୍‌ ୟୁନିଆଲ୍‌ ।

 

ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଗୃହମନ୍ତ୍ରୀ ରାଜନାଥ ସିଂହ ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ସାମିଲ ହୋଇଥିଲେ ।

ଗତକାଲି ଡେରାଡୁନରେ ବିଜେପି ବିଧାୟକ ଦଳର ବୈଠକରେ ରାୱତଙ୍କ ନାଁ ଉପରେ ମୋହର ବିଜିଥିଲା । ସର୍ବ ସହମତିରେ ତ୍ରିଭେନ୍ଦ୍ରଙ୍କୁ ଚୟନ କରାଯାଇଥିଲା  । ଏଥର ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ୭୦ଟି ସିଟ୍‌ରୁ ୫୭ଟିରେ ବିଜୟୀ ହୋଇଛି ।

Previous ArticleNext Article