ଉତ୍ତରାଖଣ୍ଡ: ଆଜି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ

uttarakhand cm

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ତ୍ରିବେନ୍ଦ୍ର ସିଂ ରାୱତ ଆଜି ଶପଥ ନେବେ।  ଏହି ଶପଥ ଗ୍ରହଣ ଉତ୍ସବ ଡେରାଡୁନରେ ଆୟୋଜନ ହେବ। ଗତତକାଲି ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ରାୱତଙ୍କ ନାମ ପାରିତ ହୋଇଥିଲା। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୫୭ ଜଣ ବିଧାୟକଙ୍କ ସମର୍ଥନ ନେଇ ବିଜେପି ଏଠାରେ ସରକାର  ଗଠନ ପାଇଁ ରାଜ୍ୟପାଳ କେ.କେ. ପଲଙ୍କ ନିକଟରେ ଦାବି କରିଥିଲା। ୭୦ ଆସନ ବିଶିଷ୍ଟ  ଉତ୍ତରାଖଣ୍ଡ ବିଧାନସଭାରେ  ବିଜେପି ୫୭ଟି ସିଟ୍‌ରେ ଐତିହାସିକ ବିଜୟ ଲାଭ କରିଥିଲା।

SHARE THIS

RELATED ARTICLES

LEAVE COMMENT