ମାନବିକତାକୁ ମାରିଦେଲା ସେଲ୍‌ଫି ନିଶା, ତିନି ମହିଳା କନଷ୍ଟେବଳ ନିଲମ୍ବିତ

constable

ଲକ୍ଷ୍ମୌ: ମହିଳା ଉଡାଇଲେ ମହିଳାଙ୍କ ମଜାକ୍‌। ଗଣଦୁଷ୍କର୍ମ ଓ ଏସିଡ୍‌ମାଡର ଶିକାର ହୋଇଥିବା ମହିଳାଙ୍କୁ ସମବେଦନା ଜଣାଇବା ବଦଳରେ ତାଙ୍କ ପରିସ୍ଥିତିକୁ ନେଇ ଖେଳିଛନ୍ତି ମହିଳା କନେଷ୍ଟବଳ। ଉତ୍ତରପ୍ରଦେଶର ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଲାଗିଛି।

ପ୍ରଥମେ ଦୁଷ୍କର୍ମ, ପରେ ଛୁରାମାଡ଼ ଓ ଶେଷରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଜଣେ ମହିଳା, ଲକ୍ଷ୍ମୌ ସ୍ଥିତ କିଙ୍ଗ୍‌ଜର୍ଜସ ହସପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସୁରକ୍ଷା  ପାଇଁ ସେଠାରେ ନିୟୋଜିତ ହୋଇଥିଲେ ୩ଜଣ ମହିଳା କନେଷ୍ଟବଳ। ତେବେ ସୁ‍ରକ୍ଷା ଓ ସମବେଦନା ବଦଳରେ ପୀଡିତାଙ୍କ ବେଡ୍‌ସାମ୍ନାରେ ବସି ଏହି କନେଷ୍ଟବଳମାନେ ସେଲ୍‌ଫି ଉଠାଇଥିଲେ। ଏହି ଫଟୋ ସୋସିଆଲ୍‌ମିଡିଆରେ ବୁଲିବା ପରେ ମହିଳା କନେଷ୍ଟବଳଙ୍କ ସମ୍ବେଦନଶୂନ୍ୟ ମାନସିକତା ସାମ୍ନାକୁ ଆସିଥିଲା। ଉତ୍ତରପ୍ରଦେଶ ପୋଲିସ୍‌ଘଟଣାକୁ ଅତି ଗୁରୁତର ସହ ନେବା ସହ  ୩ ପୋଲିସ୍‌ କନେଷ୍ଟବଳଙ୍କୁ ନିଲମ୍ବନ କରିଛି।

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଯୋଗୀ ଆଦିତ୍ୟନାଥ ପୀଡିତାଙ୍କୁ ଭେଟିଥିଲେ। ଏହାସହ ସେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

Previous ArticleNext Article

Send this to a friend