ମୁଣ୍ଡରେ ଗୁଳି ଫୁଟାଇ ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜାଙ୍କ ଆତ୍ମହତ୍ୟା

ଭୋପାଳ: ମଧ୍ୟପ୍ରଦେଶର ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜାଙ୍କ ଆତ୍ମହତ୍ୟା । କରିଛନ୍ତି। ସେ ନିଜ ଲାଇସେନ୍‌ସ ଯୁକ୍ତ ବନ୍ଧୁକରୁ ନିଜ କାନ ମୂଳକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାଙ୍କ ଘରୁ ଏକ ସୁଇସାଇଡ ନୋଟ ଓ ବନ୍ଧୁକ ଜବତ ହୋଇଛି। ଘଟଣା ପରେ ଇନ୍ଦୋର ସ୍ଥିତ ବମ୍ବେ ହସ୍‌ପିଟାଲକୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ପହଞ୍ଚିବାର ଅଧଘଣ୍ଟା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ବୋଲି ଡାକ୍ତର କହିଛନ୍ତି। ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜାଙ୍କ ଆତ୍ମହତ୍ୟା ପଛରେ ପାରିବାରିକ କାରଣ ଥିବା ଚର୍ଚ୍ଚା ହେଉଛି।

ତାଙ୍କର ପ୍ରଥମ ପତ୍ନୀଙ୍କ ଝିଅ ଓ ଦ୍ୱିତୀୟ ପତ୍ନୀ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଏହାକୁ ନେଇ ଘରେ ଉଭୟଙ୍କ ମଧ୍ୟରେ କଳିଗୋଳ ହେବା ପରେ ଭୟୁଜୀ ମହାରାଜ ନିଜକୁ ଏକ ରୁମ୍‌ରେ ବନ୍ଦ କରି ନିଜ କାନମୂଳକୁ ଗୁଳି ମାରିଥିଲେ।  ବାବାଙ୍କ ପରିବାର ଲୋକଙ୍କୁ ପୋଲିସ ପଚରା ଉଚରା କରୁଛି। ଗତ କିଛି ଦିନ ତଳେ ହିଁ ବାବାଙ୍କ ବିବାହ ହୋଇଥିଲା। ମଧ୍ୟପ୍ରଦେଶରେ ଭୟୁଜୀ ମହାରାଜଙ୍କ ଅନେକ ଭକ୍ତ ଅଛନ୍ତି। ନିକଟରେ ମଧ୍ୟପ୍ରଦେଶ ସରକାର ଭୟୁଜୀ ମହାରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଥିଲେ।

Previous ArticleNext Article

Leave a Reply

Send this to a friend