ଧନ୍ୟରେ ବାପା ମାଆ ! ଝିଅ ଗଣଦୁଷ୍କର୍ମ ଘଟଣା ରଫାଦଫା କରିବାକୁ ବଳାତ୍କାରୀଠାରୁ ନେଲେ ୨୦ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବାପାମାଆ ସନ୍ତାନଟିଏକୁ ଏ ଦୁନିଆକୁ ଆଣନ୍ତି। ଜନ୍ମଦାତା ଭାବରେ ସେମାନେ ମଧ୍ୟ ନିଜ ସନ୍ତାନର ସୁରକ୍ଷାକର୍ତ୍ତା। ସେଥିପାଇଁ ବାପାମାଆ ପାଖରେ ପିଲା ନିଜକୁ ସବୁଠାରୁ ଅଧିକ ସୁରକ୍ଷିତ ମଣିଥାଏ। ନିଜ ଛୁଆ ଉପରକୁ କିଛି ବିପଦ ଆସିଲେ ପାଚେରୀ ପରି ଛିଡା ହୋଇଯାଇଥାନ୍ତି ବାପାମାଆ। ହେଲେ ଆମେ ଆଜି ଯେଉଁ ବାପାମାଆଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ଚରିତ୍ର ଏହି ପବିତ୍ର ସମ୍ପର୍କ ଠାରୁ ସମ୍ପୂର୍ଣ୍ଣ ଅଲଗା। ଏଠାରେ ନିଜ ନାବାଳିକା ଝିଅକୁ ବଞ୍ଚାଇବା କଥା ଛାଡନ୍ତୁ, ମାତ୍ର କେଇଟା ଟଙ୍କା ପାଇଁ ତା’ର ଇଜ୍ଜତକୁ ବିକ୍ରି କରିଦେଇଛନ୍ତି ନିଜ ବାପାମାଆ। ଏପରି ଏକ ଘଟଣା ଘଟିଛି ବିହାରରେ।

ରିପୋର୍ଟ ଅନୁସାରେ ବିହାରରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ମାମଲା ଏବେ କୋର୍ଟରେ ରହିଛି। ହେଲେ ନାବାଳିକାର ବାପାମାଆ ସବୁ ସମ୍ପର୍କ ଭୁଲି ମାମଲାକୁ ରଫାଦଫା କରିବାକୁ ଅଭିଯୁକ୍ତଙ୍କ ସାଙ୍ଗରେ ଲକ୍ଷାଧିକ ଟଙ୍କାର ଡିଲ୍‌ କରିଛନ୍ତି।

ରିପୋର୍ଟ ଅନୁସାରେ ଏହି ଗଣଦୁଷ୍କରଷେ ଘଟଣା ପ୍ରାୟ ବର୍ଷେ ତଳର। ଏହି ମାମଲାର ଅଭିଯୁକ୍ତମାନେ ମଧ୍ୟ ଧରାପଡ଼ିଛନ୍ତି। ଏବେ ମାମଲା କୋର୍ଟରେ ବିଚାରାଧୀନ ରହିଛି। କିନ୍ତୁ ଏପରି ସମୟରେ କୋର୍ଟରେ ଝିଅ ବୟାନ ବଦଳାଇବାକୁ  ନିଜେ ବାପାମାଆ ଅଭିଯୁକ୍ତଙ୍କ ସହ ସୌଦା କରିଛନ୍ତି। ଟଙ୍କା ମିଳିଲେ ଝିଅ ବୟାନ ବଦଳାଇ ଦେବ ବୋଲି କହିଛନ୍ତି। ଅଭିଯୁକ୍ତମାନେ ମଧ୍ୟ ଟଙ୍କା ଦେବାକୁ ରାଜି ହୋଇଛନ୍ତି। ଏହି ଦମ୍ପତି ୨୦ ଲକ୍ଷ ଟଙ୍କାରେ ଝିଅର ଇଜ୍ଜତକୁ ନିଲାମ କରିବାକୁ ଚୁକ୍ତି କରିସାରିଛନ୍ତି। ଏପରିକି ଅଭିଯୁକ୍ତଙ୍କ ପାଖରୁ ୫ ଲକ୍ଷ ଟଙ୍କା ଅଗ୍ରୀମ ମଧ୍ୟ ନେଇ ସାରିଛନ୍ତି।

ବାପାମାଆଙ୍କର ଏହି କଳା କାରନାମା ଝିଅ ଜାଣି ନଥିଲେ। ତେବେ କୌଣସି ମତେ ତା’ କାନରେ ବାପାମାଆଙ୍କ ଏହି ପାପ କର୍ମ ବିଷୟରେ ପଡ଼ିବା ପରେ ସେ ପୋଲିସରେ ଜଣାଇଥିଲେ। ଏହାପରେ ପୋଲିସ ନାବାଳିକାର ବାପାମାଆ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏହାସହ ନାବାଳିକାଙ୍କ ମାଆଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୩୦ ତାରିଖରେ ହଠାତ୍‌ ନାବାଳିକା ଜଣଙ୍କ ନିଖୋଜ ହୋଇଯାଇଥିଲେ। କିଛିଦିନ ପରେ ନାବାଳିକା ଜଣଙ୍କ ଘରକୁ ଫେରିଥିଲେ।  ସେ ଗଣଦୁଷ୍କର୍ମର  ଶିକାର ହୋଇଥିବା ନାବାଳିକା ଜଣଙ୍କ ଅଭିଯୋଗ  ଆଣିଥିଲେ। ପୋଲିସ୍‌ ଏହି ଘଟଣାର ଦୁଇ ଅଭିଯୁକ୍ତ ତଥା ଜମି ଦଲାଲ ସୁନୀଲ ଶାହୀ ଓ ଚନ୍ଦ୍ର ଭୂଷଣ ପାଣ୍ଡେକୁ ଗିରଫ କରିଥିଲା।

 

 

Previous ArticleNext Article

Send this to a friend