ପ୍ରକୃତିର କରାଳ ରୂପ : ଫୁଟି ବାହାରିଲା ନିଆଁ ପିଣ୍ଡୁଳା

agni-1

ନୂଆଦିଲ୍ଲୀ: ଇଣ୍ଡୋନେସିଆର ମାଉଣ୍ଟ ସିନାବାଙ୍ଗରେ ପୁଣି ଥରେ  ଆଗ୍ନେୟଗିରି  ସକ୍ରିୟ ହୋଇଛି । ଆଜି ସକାଳେ ଆଗ୍ନେୟଗିରିରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିଥିଲା । ଯାହା ପାଖାପାଖି ଭୂତଳରୁ ୧୬ ହଜାର ୪ ଶହ ଫୁଟ୍ ଯାଏ ବ୍ୟାପି ଯାଇଛି।  ଏହି ଘଟଣା ପରେ ଏହାର ନିକଟସ୍ଥ ଅଞ୍ଚଳରୁ ଜନ ବସତିଙ୍କୁ ଖାଲି କରାଯାଇଛି। ଗତ କିଛି ମାସ ତଳେ ଇଣ୍ଡୋନେସିଆର ବାଲି ଦ୍ୱୀପରେ ସବୁଠୁ ଶକ୍ତିଶାଳୀ ଆଗ୍ନେୟ ଉଦ୍‌ଗୀରଣ ହୋଇଥିଲା।  ଏହା ଯୋଗୁଁ  ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ପ୍ରାୟ ୨୨ଟି ଅଞ୍ଚଳର ୧ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।

Previous ArticleNext Article

Send this to a friend