ଛୁଆଙ୍କୁ ଆତ୍ମସଂଯମ ଶିଖାଇବାକୁ ଚାହୁଁଛନ୍ତି? ୬ ବର୍ଷ ପୂର୍ବରୁ ପଠାନ୍ତୁନି ସ୍କୁଲ୍‌

child

ନୂଆଦିଲ୍ଲୀ: କମ୍ ବୟସରୁ ଛୁଆଙ୍କୁ ସ୍କୁଲ ପଠାଯିବା ଉଚିତ କି ନୁହେଁ, ସେ ନେଇ ଅନେକ ଗବେଷଣା ହୋଇଛି। ଏବେ ଏକ ନୂଆ ରିସର୍ଚ୍ଚରେ କୁହାଯାଇଛି ଯେ ଛୁଆଙ୍କ ସ୍କୁଲ୍ କ୍ୟାରିୟର ବିଳମ୍ବରେ ଆରମ୍ଭ କରାଯିବା ଉଚିତ୍।

ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏହି ଗବେଷଣାରେ କୁହାଯାଇଛି ଯେ ଯେଉଁ ବାପାମା’ ସେମାନଙ୍କ ଛୁଆଙ୍କୁ ୫ ବର୍ଷ ବଦଳରେ ୬ ବର୍ଷରେ ସ୍କୁଲ୍‌ରେ ନାମ ଲେଖାଇଛନ୍ତି ସେମାନଙ୍କଠାରେ ୭ ବର୍ଷ ଓ ୧୧ ବର୍ଷରେ ବଢ଼ିଆ ସ୍ୱନିୟନ୍ତ୍ରଣ ଅର୍ଥାତ ଆତ୍ମସଂଯମ ଦେଖିବାକୁ ମିଳିଛି। ମନୋବିଜ୍ଞାନୀଙ୍କ କଥାକୁ ମାନିଲେ ଆତ୍ମସଂଯମ ହେଉଛି ଏକ ବ୍ୟକ୍ତତ୍ୱର ବହୁତ ଗୁରୁତ୍ୱପୂର୍ଣ୍ଣ ଗୁଣ। ଏହାକୁ ଜଣେ ଛୁଆ ବେଳୁ ହିଁ ହାସଲ କରିଥାଏ। ଯଦି ଗୋଟିଏ ଛୁଆ ପାଖରେ ଏହି ଗୁଣ ଅଛି, ତା’ହେଲେ ଯେତେ ସମସ୍ୟା ଆସିଲେ ବି ତା’ର ଧ୍ୟାନ ହଟେନାହିଁ। ସେ ଧୈର୍ଯ୍ୟର ସହ ସ୍ଥିତିର ମୁକାବିଲା କରେ।

ଗବେଷକମାନେ ୭ ବର୍ଷ ବୟସର ଛୁଆଙ୍କର ୫୪,୨୪୧ ଅଭିଭାବକଙ୍କ ପ୍ରତିକ୍ରିୟା ନେଇଥିଲେ। ୧୧ ବର୍ଷ ବୟସର ୩୫,୯୦୨ ଅଭିଭାବକଙ୍କ ପ୍ରତିକ୍ରିୟା ସଂଗ୍ରହ କରିଥିଲେ। ଯେଉଁ ଛୁଆମାନେ ଏକ ବର୍ଷ ବିଳମ୍ବରେ ସ୍କୁଲ୍‌ରେ ନାମ ଲେଖାଇଥିଲେ ସେମାନେ ହାଇପରଆକ୍ଟିଭିଟିରେ ୭୩ ପ୍ରତିଶତ ଭଲ ସ୍କୋର କରିଥିଲେ।

ଉତ୍ତର ୟୁରୋପୀୟ ଦେଶରେ ଛୁଆମାନଙ୍କୁ ବହୁ ଡେରିରେ ସ୍କୁଲ୍ ପଠାଯାଏ। ଫିନ୍‌ଲାଣ୍ଡରେ ୮ ବର୍ଷ ହେଲେ ଯାଇ ଛୁଆଙ୍କୁ ଆନୁଷ୍ଠାନିକ ଭାବେ ସ୍କୁଲ୍‌ରେ ଭର୍ତ୍ତି କରାଯାଏ। ସେତେବେଳ ପର୍ଯ୍ୟନ୍ତ ସେମାନେ ଘରେ ଅବା ପ୍ରି-ସ୍କୁଲ୍‌ରେ ସମୟ କାଟନ୍ତି।

Previous ArticleNext Article

Send this to a friend