ହାଡ଼ଭଙ୍ଗା ଶୀତରେ ଗାଧୋଇବାର ସରଳ ଉପାୟ… ଦେଖନ୍ତୁ ଭିଡିଓ

bathing

ରାଜ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ଖାଲି ଆମ ରାଜ୍ୟ ନୁହେଁ, ପୂରା ଦେଶ ଶୀତରେ ଥରୁଛି। ଦେଶର କିଛି ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଯାଇଛି। ସେମିତି ଆମେରିକା ଓ କାନାଡ଼ା ଭଳି ସ୍ଥାନରେ ବି ହେଉଛି ପ୍ରବଳ ଶୀତ। ସେଠାରେ ତାପମାତ୍ରା ଶୂନ ଡିଗ୍ରୀ ତଳେ ରହିଛି। ସୋସିଆଲ୍ ମିଡିଆରେ ମଧ୍ୟ ଶୀତକୁ ନେଇ ଜୋର ଚର୍ଚ୍ଚା ହେଉଛି। ଅଧିକ ଶୀତ ପଡ଼ିଲେ ପ୍ରାୟ ସମସ୍ତଙ୍କୁ ଗାଧୋଇବାକୁ ଡର ଲାଗେ।  ତେବେ ଏହି ସମସ୍ୟାର ସମାଧାନ ଏବେ ବାହାରିଛି। କିଛି ଦିନ ହେବ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ଜଣେ ପିଲା ଗାଧୋଇବା ପାଇଁ ଯାଉଛି। କିନ୍ତୁ ଥଣ୍ଡା ପାଣି ଦେଖି ନଗାଧୋଇ କେବଳ ଗାଧୋଇବାର ଅଭିନୟ କରୁଛି। ପ୍ରଥମେ ମଗରେ ପାଣି ପୂରାଇବାର ଅଭିନୟ କରୁଛି, ଅର୍ଥାତ ମଗରେ ପାଣି ଆଣୁନି, ଆଉ ତା ପରେ ଦେହରେ ପାଣି ଢାଳିବାର ଅଭିନୟ କରୁଛି। ଖାଲି ସେତିକି ନୁହେଁ, ଦି ମଗ ପାଣି ମିଛରେ ଢାଳିହୋଇ ଘଷିଘୁଷା ବି ହେଉଛି। ମିଛରେ ସାବୁନ୍ ମାରୁଛି ଓ ତେଲ ବି ମାରୁଛି। ତା ପରେ ପୁଣି ମିଛରେ ମଗରେ ପାଣି ନଆଣି ଦେହରେ ଢାଳିବାର ଅଭିନୟ କରୁଛି। ପିଲାଟିର ଗାଧୋଇବା ଅଭିନୟ ଦେଖିଲେ ଆପଣ ବି କହିବେ, ଇଏ ତ ଶୀତରେ ଗାଧୋଇବାର ସରଳ ଉପାୟ। ଦେଖନ୍ତୁ ଭିଡିଓ।

Previous ArticleNext Article

Send this to a friend