ରାଜ୍ୟପାଳଙ୍କୁ ଠେଲି ଦେଲେ ମମତା!

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ। ସେ ଶାନ୍ତିନିକେତନରେ ବାଂଲାଦେଶ ଭବନର ଉଦ୍‌ଘାଟନ କରିବାକୁ ଯାଇଥିଲେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ବାଂଲାଦେଶ ଭବନକୁ ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ସାଂସ୍କୃତିକ ସଂପର୍କର ପ୍ରତୀକ ବୋଲି କୁହାଯାଉଛି। ଏହାକୁ ୨୫ କୋଟି ଟଙ୍କାରେ ନିର୍ମାଣ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତିନିକେତନରେ ପହଞ୍ଚିବା ପରେ ଏକ ଅଜବ ଘଟଣା ଘଟିଲା। ସେଠାରେ ଫଟୋସେସନ୍ ପାଇଁ ପ୍ରଧାନମନ୍ତ୍ରୀ ମୋଦି, ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାଠି ହୋଇଥିଲେ। ଏହି ସମୟରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ସାମ୍ନାକୁ ଚାଲି ଆସୁଥାଆନ୍ତି। ଏହା ଦେଖି ମମତା ବାନାର୍ଜୀ ଏକ ପ୍ରକାର ଧକ୍କା ଦେଇ ରାଜ୍ୟପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରୁ ହଟାଇ ଦେଇଥିଲେ। ତେବେ ମମତାଙ୍କ ହାବଭାବରୁ ଲାଗୁଥିଲା ଯେ ସେ ମଜାରେ ରାଜ୍ୟପାଳଙ୍କୁ ଧକ୍କା ଦେଇଥିଲେ। ସେ ରାଜ୍ୟପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରୁ ହଟାଇବା ବେଳେ ତାଙ୍କ ମୁହଁରେ ହସ ଥିଲା।

mamtgov
ଏଇ ଫଟୋରେ ମମତା ରାଜ୍ୟପାଳଙ୍କୁ ଠେଲୁଛନ୍ତି। (ଫଟୋଟି ଭଲ ନାହିଁ।)

ଏହା ପୂର୍ବରୁ ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା। ଶାନ୍ତିନିକତରେ ପ୍ରଧାନମନ୍ତ୍ରୀ ହେଲିକପ୍ଟରରୁ ଓହ୍ଲାଇବା ପରେ ମମତା ବାନାର୍ଜୀ ତାଙ୍କୁ ସ୍ୱାଗତ କରିବାକୁ ଯାଉଥିଲେ। ତେବେ ବୋଧହୁଏ ଆଗରେ କାଦୁଅ ଥିବା ଦେଖି ନଥିଲେ। ପ୍ରଧାନମନ୍ତ୍ରୀ କାଦୁଅ ଦେଖି ତାଙ୍କୁ ହାତ ଠାରି ଟିକେ ବୁଲିକି ଆସିବାକୁ କହୁଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଗତ ୩୭ ଦିନରେ ଆଜି ଦ୍ୱିତୀୟ ଥର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି ମୋଦି। ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ମୋଦି ଲଣ୍ଡନରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ମୁଖ୍ୟଙ୍କ ବୈଠକରେ ତାଙ୍କୁ ଭେଟିଥିଲେ। ସେଠାରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା।

Previous ArticleNext Article

Send this to a friend