ହ୍ୱାଟ୍‌ସଆପ୍‌କୁ ହୁସିଆର୍‌: ଗୁଜବ ସୃଷ୍ଟି କଲେ ଗ୍ରୁପ୍‌ ଆଡମିନ୍‌ଙ୍କୁ ଜେଲ୍‌

160826-whatsapp-jsw-1204p_549dba1468886f0ecbc5facbb8d5ec93_Fotor_Collage

ବାରଣାସୀ: ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ସବଧାନ। ହ୍ୱାଟ୍ସଆପରେ ଆପତ୍ତିଜନକ କଥା ସେୟାର  କରୁଥିବା ବ୍ୟକ୍ତି ବିଶେଷଙ୍କୁ  ଚିହ୍ନଟ କରାଯାଇ ଦଣ୍ଡିତ କରାଯିବ। ଏହାସହ ଗୁଜବ ସୃଷ୍ଟି କରୁଥିବା ଫେକ୍‌ ଫଟୋ, ଭିଡିଓ  କିମ୍ବା ମନ୍ତବ୍ୟ ହ୍ୱାଟ୍ସଆପ୍‌ ଗ୍ରୁପରେ ସେୟାର କଲେ ଗ୍ରୁପ୍‌ର ଆଡମିନ୍‌ଙ୍କ ନାଁ ରେ ଥାନାରେ ମାମଲା  ରୁଜୁ କରାଯିବା। ମୋଟାମୋଟି କହିବାକୁ ଗଲେ ଏଥିପାଇଁ ଗ୍ରୁପ୍‌ର ଆଡମିନ୍‌ଙ୍କୁ ଉତ୍ତରଦାୟୀ କରାଯିବ।

ବାରଣାସୀର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଯୋଗେଶ୍ୱର ରାମ ମିଶ୍ର ଏବଂ ସିନିୟର ସୁପରିନ୍‌ଟେଣ୍ଡେଣ୍ଟ  ନିତିନ ତିୱାରି  ନିକଟରେ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଏହି ଆଦେଶ ଜାରି କରିଛନ୍ତି। ଭାରତରେ ୨୦ କୋଟିରୁ ଉର୍ଦ୍ଧ ଲୋକ ହ୍ୱାଟ୍ସଆପ୍‌ ବ୍ୟବହାର କରୁଥିବା ବେଳେ ଏଥିରେ ଅନେକ ଗ୍ରୁପ କରି ନିଜ ବ୍ୟକ୍ତିଗତ ମତ ସେୟାର କରିଥାନ୍ତି। ଯଦି କୌଣସି ବ୍ୟକ୍ତି ଗୁଜବ ସୃଷ୍ଟି କଲା ଭଳି ଖବର ସେୟାର କରନ୍ତି, ତେବେ ଗ୍ରୁପ ଆଡମିନ ତାଙ୍କୁ ଗ୍ରୁପରୁ ବାହାର କରିବା ସହ ଥାନାରେ ତାଙ୍କ ନାଁରେ ଅଭିଯୋଗ କରିବା ପାଇଁ କୁହାଯାଇଛି। ଏହାସହ କୁହାଯାଇଛି ଯେ ଗ୍ରୁପର ଆଡମିନ ଭଲକରି ଜାଣିଥିବା ଲୋକଙ୍କୁ ଗ୍ରୁପରେ ସାମିଲ କରନ୍ତୁ ।

Previous ArticleNext Article