ନୂଆ ବର୍ଷରେ ହଜିଗଲା ହ୍ୱାଟ୍‌ସଆପ୍‌

Whatsappwhatsappisdown

ନୂଆଦିଲ୍ଲୀ: ନୂଆ ବର୍ଷରେ ଧୋକା ଦେଲା ହ୍ୱାଟ୍‌ଆପ୍। ନୂଆ ବର୍ଷ ଅବସରରେ ଶୁଭେଚ୍ଛା ଜଣାବାକୁ କିଏ ମେସେଜ୍‌ କରିଥିଲେ ତ ଆଉ କିଏ ଭିଡିଓ ପଠାଇଥିଲେ। ପୁଣି କିଏ ଫଟୋ ବି ପଠାଇଥିଲେ।  କିନ୍ତୁ ହ୍ୱାଟ୍‌ସଆପ୍‌ ସର୍ଭର ଡାଉନ ହୋଇଯାଇଥିଲା। ମୁଖ୍ୟତଃ ୩୧ ତାରିଖ ରାତିରେ ଏହି ସମସ୍ୟା ଅଧିକ ଦେଖାଦେଇଥିଲା।  ଅନେକ ଲୋକେ ନିଜର ବନ୍ଧୁ  ପରିଜନମାନଙ୍କୁ ବଧେଇ ଜଣାଇ ପାରି ନ ଥିଲେ। ଫଳରେ ଲୋକମାନେ ଟ୍ୱିଟରରେ  ଅସନ୍ତୋଷବ୍ୟକ୍ତ କରିଛନ୍ତି। ବିଶ୍ୱର ଅନେକ ସ୍ଥାନରେ ହ୍ୱାଟ୍‌ସଆପ୍‌ ଡାଉନ ହେବାର ଅଭିଯୋଗ ହୋଇଥିଲା।

ଟ୍ୱିଟ୍‌ରରେ ଘୁରିବୁଲିଲା ହ୍ୱାଟ୍‌ସାଆପ୍‌ ଡାଉନର ଖବର: ହ୍ୱାଟ୍‌ସାଆପ୍‌ରେ ନୂଆ ବର୍ଷର ବଧେଇ ଜଣାଇବା ପାଇଁ ଲୋକ ଉତ୍କଣ୍ଠାର ସହ ଚାହିଁ ବସିଥିଲେ। କିନ୍ତୁ ହ୍ୱାଟସ୍‌ଆପ୍‌ରେ ମେସେଜ୍‌ ନ ଯିବାରୁ ଲୋକେ ନିରାଶ ହୋଇଥିଲେ। ଆମେରିକା ଓ ଇଂଲଣ୍ଡରେ ମଧ୍ୟ ସମାନ ପରିସ୍ଥିତି ଥିଲା। ଭାରତରେ ଥିବା ପ୍ରାୟ ୭୦ ନିୟୁତ ହ୍ୱାଟ୍‌ସଆପ୍ ବ୍ୟବହାରକାରୀ ଏହି ସମସ୍ୟା ଭୋଗି ଥିଲେ। ଏଥିପାଇଁ ଅନେକ ସମୟ ଧରି ହ୍ୱାଟ୍‌ସ୍‌ଆପ୍‌ରେ #whatsappdown ଡାଉନ ମେସେଜ୍‌ ଘୁରି ବୁଲିଥିଲା।

ଖବର ଅନୁଯାୟୀ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଏହି ସୋସିଆଲ ମିଡିଆ ଡାଉନ ରହିଥିଲା। ସେହିପରି ବ୍ରିଟେନ୍‌ରେ ସନ୍ଧ୍ୟା ସମୟରେ ହ୍ୱାଟ୍‌ସଆପ୍‌ ପାଖାପାଖି ୪୫ ମିନିଟ୍‌ ପର୍ଯ୍ୟନ୍ତ ଡାଉନ ରିହିଥିଲା। ଆମେରିକାର ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଥିବାରୁ କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଥିଲା। କହିଥିଲା ହ୍ୱାଟ୍‌ସଆପ୍‌ ସର୍ଭିସରେ ସମସ୍ୟା ଥିବାରୁ ଏଭଳି ସମସ୍ୟା ହୋଇଛି। ଖୁବ ଶୀଘ୍ର ଏହାକୁ ସମାଧାନ କରି ସେବା ଯୋଗାଇବାକୁ କମ୍ପାନୀ ପକ୍ଷରୁ ଚେଷ୍ଟା କରାଯାଇଛି।

Previous ArticleNext Article

Send this to a friend