ପରୀକ୍ଷା ହଲ୍‌କୁ କେମିତି ଡ୍ରେସ୍‌ ପିନ୍ଧିକି ଆସିବେ NEET ଛାତ୍ରଛାତ୍ରୀ, ଗାଇଡ୍‌ଲାଇନ୍‌ ଜାରିକଲା CBSE

neet

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ NEET-୨୦୧୮ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ନୂଆ ଡ୍ରେସ କୋଡ୍। ଡାକ୍ତରୀ ପାଠ ପଢିବା ପାଇଁ ଆସନ୍ତା ୬ ତାରିଖରେ ଛାତ୍ର ଛାତ୍ରୀମାନେ ଏହି ପ୍ରବେଶିକା ପରୀକ୍ଷା ଦେବେ। ତେବେ ଏହା ପୂର୍ବରୁ CBSE ପକ୍ଷରୁ ଜାରି ନିର୍ଦ୍ଦେଶନାମା କରାଯାଇଛି। ନିଟ୍ ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ହାଲୁକା ରଙ୍ଗର ହାଫ୍ ସ୍ଲିଭ୍ ପୋଷାକ ପିନ୍ଧି ଆସିବେ। ଛାତ୍ରଛାତ୍ରୀ ପିନ୍ଧିଥିବା ସାର୍ଟ, ପ୍ୟାଣ୍ଟ କିମ୍ବା ସାଲୱାରରେ ବଡ଼ ସାଇଜର ବୋତାମ, ବ୍ୟାଜ୍, ଫୁଲ ସଦୃଶ୍ୟ ସାମଗ୍ରୀ ରହିନଥିବ।  ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ସ୍ଲିପର କିମ୍ବା କମ ହିଲ୍ ଥିବା ସ୍ୟାଣ୍ଡଲ ପିନ୍ଧି ଆସିବେ ଜୋତା ପିନ୍ଧିବାକୁ ବାରଣ କରାଯାଇଛି। ଏହାସହ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ, ବ୍ଲୁ ଟୁଥ୍, ଇଅର ଫୋନ, ମାଇକ୍ରୋଫୋନ, ପେଜର ଏବଂ ବ୍ୟାଣ୍ଡ୍ ପିନ୍ଧି ଆସିବାକୁ ବାରଣ କରାଯାଇଛି। କଟକଣା ଜାରି କରଯାଇଥିବା ସାମଗ୍ରୀ ରଖିବାକୁ ପରୀକ୍ଷା କେନ୍ଦ୍ରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ। ଏହାର ଖିଲାପ କରିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି।

Previous ArticleNext Article

Send this to a friend