‘ଫେକ୍‌’ ନ୍ୟୁଜ୍‌ ନେଇ ଏମିତି କିଛି ଟ୍ୱିଟ୍‌ କରିଥିଲେ ସ୍ମୃତି, ପଢନ୍ତୁ କ’ଣ ଥିଲା ଘଟଣା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ  ସ୍ମୃତି ଇରାନୀଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖପ୍ପା। ଗତକାଲି ମିଛ ଖବରକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରକାଶ କରିଥିବା ଗାଇଡ୍‌ଲାଇନ୍‌କୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯିବା  ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ହସ୍ତକ୍ଷେପ କରିଥିଲା। ଏହା ପରେ ବିବାଦୀୟ  ଗାଇଡଲାଇନ୍‌କୁ ପ୍ରତ୍ୟାହାର କରିନେଇଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।  ପିଏମଓ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ଏହି ବିବାଦୀୟ ଗାଇଡ୍‌ଲାଇନ୍‌କୁ ହଟାଇନେଇଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏଥିସହ  ପିଏମଓ କହିଛି ମିଛ ଖବର ସମ୍ପର୍କରେ ଯାଞ୍ଚ କରିବାର ଅଧିକାର କେବଳ ପ୍ରେସ୍‌ କାଉନସିଲ ଅଫ ଇଣ୍ଡିଆ (ପିସିଆଇ)ର ରହିଛି। ଗତକାଲି ସ୍ମୃତି ଇରାନୀ ଟ୍ୱିଟ କରି ଲେଖିଥିଲେ ଯେ, ମିଥ୍ୟା ଖବର ଉପରେ ରୋକ ଲଗାଇବା ପାଇଁ ତାଙ୍କ ମନ୍ତ୍ରଣାଳୟ ସାମ୍ବାଦିକଙ୍କ ସୁଚିନ୍ତିତ ପ୍ରସ୍ତାବ ଆହ୍ୱାନ କରୁଛି। ଯେଉଁ ସାମ୍ବାଦିକ ମିଥ୍ୟା ଖବର ସମ୍ପର୍କରେ ସୂଚନା ଦେବାକୁ  ଚାହୁଛନ୍ତି ସେମାନେ ତାଙ୍କୁ ବ୍ୟକ୍ତିଗତଭାବେ ବିନା ଦ୍ୱିଧାରେ ଭେଟିପାରିବେ ପାରିବେ । ଏହି ଫେକ୍‌ ନ୍ୟୁଜ୍‌କୁ ଜଗିବା ପାଇଁ ଏଥିରେ ଅଧିକ ସାମ୍ବାଦିକଙ୍କୁ ଏନ୍‌ଗେଜ୍ କରିବା ମନ୍ତ୍ରଣାଳୟ ଇଚ୍ଛା ପ୍ରକାଶ କରୁଛି ବୋଲି ସ୍ମୃତି ଟ୍ୱିଟ୍‌ କରିଲେଖିଥିଲେ।  ଖାଲି ସେତିକି ନୁହଁ ମିଛ ଖବର ପ୍ରକାଶ କଲେ ସାମ୍ବାଦିକମାନେ ସ୍ୱିକୃତୀ ହରାଇବ ବୋଲି ଗାଇଡଲାଇନ୍‌ ପ୍ରକାଶ ପାଇଥିଲା।

ସେହିପରି ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଥିଲା ଯେ ଯଦି କୌଣସି ସାମ୍ବାଦିକ ଫେକ ନ୍ୟୁଜ୍‌ ଛାପିଥିବା ବା ପ୍ରସାରଣ କରିଥିବା ଜଣାପଡେ, ତେବେ ତାଙ୍କର ଅଧିସ୍ୱୀକୃତିକୁ ରଦ୍ଦ କରାଯିବ। ନୂଆ ଗାଇଡ଼ଲାଇନ୍ ଅନୁସାରେ ଫେକ୍ ନ୍ୟୁଜ୍‌ ଛାପିଥିବା ସାମ୍ବାଦିକ ଯଦି ପ୍ରିଣ୍ଟି ମିଡିଆ ବୋଲି ଜଣା ପଡେ, ତେବେ ତାର ଯାଞ୍ଚ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ)କୁ ଦିଆଯିବ।  ଯଦି ଫେକ୍‌ ନ୍ୟୁଜ୍‌ କୌଣସି ବୌଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବ, ତେବେ ତଦନ୍ତ ପାଇଁ ନ୍ୟୁଜ ବ୍ରୋଡକାଷ୍ଟର୍ସ ଆସୋସିଏସନ୍ (ଏନ୍‌ବିଏ)କୁ ଯାଞ୍ଚ ପାଇଁ ପଠାଯିବ।  ସେହି ସଂସ୍ଥା ଉକ୍ତ ନ୍ୟୁଜ୍‌ ଫେକ୍‌ କି ନାହିଁ ତାହାର ତଦନ୍ତ କରିବ। ଉକ୍ତ ସଂସ୍ଥା ୧୫ ଦିନ ଭିତରେ ରିପୋର୍ଟ ଦେବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଏହା ପରେ ବିରୋଧୀ କଂଗ୍ରେସ ଓ ସିପିଆଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିବା ସହ ସମାଲୋଚନା କରିଥିଲେ। ଏନେଇ କଂଗ୍ରେସ ନେତା ଅହମ୍ମଦ ପଟେଲ ପ୍ରଶ୍ନ ଉଠାଇଥିଲେ। କହିଥିଲେ ଫେକ୍ ନ୍ୟୁଜ୍‌ ଉପରେ ରୋକ ଲାଗାଇବା ପାଇଁ ଏହା ଏକ ଭଲ ପଦକ୍ଷେପ ହୋଇପାରେ ହେଲେ ଏନେଇ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଯେ, ଦୂରପଯୋଗ ନହେବ କିଏ ଗ୍ୟାରେଣ୍ଟି ଦେଇପାରିବ? ଏହି ଗାଇଡ୍‌ଲାଇନ୍‌କୁ ଆଳ କରି ସତ ଖବର ପ୍ରସାରଣ କରୁଥିବା ସାମ୍ବାଦିକଙ୍କୁ ମିଛରେ ଯେ, ଫସାଇ ନଦିଆଯିବ କିଏ କହିପାରିବ ବୋଲି ସେ ପ୍ରଶ୍ନ କରିଥିଲେ।

ସତ କେଉଁଟା ଏବଂ ମିଛ କେଉଁଟା କିପରି ଜଣାପଡ଼ିବ ବୋଲି ସେ ପ୍ରଶ୍ନ କରିଥିଲେ ।  ଅହମ୍ମଦ ପଟେଲଙ୍କ ପ୍ରଶ୍ନର ଉତ୍ତର ଦେଇ ଫେକ୍‌ ନ୍ୟୁଜକୁ ଯାଞ୍ଚ ନ୍ୟୁଜ ବ୍ରୋଡକାଷ୍ଟର୍ସ ଆସୋସିଏସନ୍ (ଏନ୍‌ବିଏ) ଏବଂ ପିସିଆଇ କରିବ ବୋଲି ଟ୍ୱିଟ୍‌ କରି ଜବାବ ଦେଇଥିଲେ ସ୍ମୃତି ଇରାନୀ। ସେହିପରି ସିପିଆଇ ନେତା ସିତାରାମ ୟେଚୁରି ଏହାକୁ ତୀବ୍ର ସମାଲୋଚନା କରି କେନ୍ଦ୍ର ସରକାରଙ୍କର ଏହା ଗଣମାଧ୍ୟମର କଣ୍ଠରୋଧ ବୋଲି କହିଥିଲେ।  ସେ କହିଥିଲେ ଯେ, ଆମେ ଜରୁରୀକାଳୀନ ପରିସ୍ଥିତିରେ ପ୍ରେସ୍ ସ୍ୱାଧିନତା ନେଇ ଆନ୍ଦୋନ କରିଥିଲୁ। ଏବେ ଦେଶରେ ସେମିତି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଥିଲେ। ତେବେ ବିଭିନ୍ନଆଡ଼ୁ ସମାଲୋଚନାର ଶିକାର ହେବା ପରେ ପିଏମଓ ପକ୍ଷରୁ ଏଥିରେ ହସ୍ତକ୍ଷେପ କରାଯାଇଥିଲା। ଆଉ ଶେଷରେ ବିବାଦୀୟ ଗାଇଡ୍‌ଲାଇନ୍‌କୁ ଉଠାଇନେଇଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।

Previous ArticleNext Article

Send this to a friend