କେନ୍ଦ୍ରମନ୍ତ୍ରୀଙ୍କୁ ରାତି ୨ଟାରେ ଆସିଲା ଫୋନ: ଦୁର୍ବୃତ୍ତ କହିଲେ ତୁମ ମୁଣ୍ଡ କାଟି କିମା କରିଦେବୁ

ନୂଆଦିଲ୍ଲୀ: କେନ୍ଦ୍ର ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗ ମନ୍ତ୍ରୀ ତଥା ଉତ୍ତର କାନାଡ଼ା ଏମପି ଅନନ୍ତ ହେଗଡ଼େଙ୍କୁ ହତ୍ୟା ଧମକ ଦିଆଯାଇଛି। ଗତ ରବିବାର ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ କେନ୍ଦ୍ର ମନ୍ତ୍ରୀଙ୍କ ଘରକୁ ଫୋନ୍‌କରି ତାଙ୍କୁ ହତ୍ୟାଧମକ ଦେଇଛି।

ଏହି ଘଟଣାରେ ପୋଲିସ୍  ଆଇପିସି ଧାରା ୫୦୪ ଓ ୫୦୭ ଅନୁଯାୟୀ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ ରାତି ଗତ ରବିବାର ପ୍ରାୟ ୨ଟା ବେଳେ ହେଗଡ଼େଙ୍କ ମୋବାଇଲକୁ କଲ୍‌ ଆସିଥିଲା। ସେ ଫୋନ୍‌ ନ ଉଠାଇବାରୁ ତାଙ୍କ ଘରର ଲ୍ୟାଣ୍ଡ ଲାଇନ୍‌ ନମ୍ବରକୁ ଫୋନ୍‌ ଆସିଥିଲା। ଫୋନଟିକୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ଉଠାଇବାରୁ ଦୁର୍ବୃତ୍ତ ଫୋନ୍‌ କାଟି ଦେଇଥିଲେ। ପରେ ପୁଣିଥରେ କଲ୍‌ ଆସିବାରୁ କେନ୍ଦ୍ରମନ୍ତ୍ରୀ ନିଜେ ଫୋନ୍‌ ଉଠାଇଥିଲେ। ହେଗଡ଼େଙ୍କ କହିବା ଅନୁଯାୟୀ ଫୋନ୍‌ କରଥିବା ବ୍ୟକ୍ତି ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ  ।  କହିଥିଲେ ତୁମେ ନିଜକୁ ଜଣେ ବଡ଼ ନେତା ଭାବୁଛ। ଆମେ ତୁମ ମୁଣ୍ଡ କାଟି କିମା କରିଦେବୁ।

କିଛି ଦିନ ପୂର୍ବରୁ ହେଗଡ଼େ ଏକ ବଡ଼ ସଡ଼କ ଦୁର୍ଘଟଣାରୁ ବର୍ତ୍ତିଥିଲେ। ସେ ଏହି ଦୁର୍ଘଟଣାଟିକୁ କେହି ଜାଣିଶୁଣି ଘଟାଇଛି ବୋଲି ମନ୍ତ୍ରୀ ଅଭିଯୋଗ କରିବା ସହ ତାଙ୍କ ଜୀବନ ବିପଦ ଅଛି ବୋଲି କହିଥିଲେ। ହେଗଡ଼େଙ୍କ ଗାଡ଼ିକୁ  ଧକ୍କା ଦେଇଥିବା  ଟ୍ରକ ଡ୍ରାଇଭରକୁ ପୋଲିସ ହାଜତକୁ ନେଇଥିଲା। ଘଟଣାର ଛାନଭିନ୍‌ ପରେ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବାର ଜଣା ପଡ଼ିଥିଲା।

Previous ArticleNext Article

Send this to a friend