ଯୁବତୀଙ୍କ ସମ୍ୱେଦନଶୀଳ ଅଙ୍ଗରୁ ଠାବ ହେଲା ସୁନା ବିସ୍କୁଟ

ନୂଆଦିଲ୍ଲୀ: ଚୋରି କରିବାର ଅଭିନବ ଉପାୟ ଆପଣାଉଛନ୍ତି ଆଜିକାଲିର ଦୁର୍ବୃତ୍ତ। ନିକଟରେ ଭୁବନେଶ୍ୱର ବିମାନ ବନ୍ଦରରେ ଜଣେ ବ୍ୟକ୍ତି ସୁନା ଚାଲାଣ କରୁଥିବା ବେଳେ ଧରାପଡିଥିଲେ। ସେ ନିଜ ମଳଦ୍ୱାର ଓ ଅନ୍ତଃବସ୍ତ୍ରରେ ସୁନା ନେଇ ଯାଉଥିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ଆଉ ସେ ଗିରଫ ହୋଇଥିଲେ। ଏହି ଘଟଣାକୁ ସପ୍ତାହେ ନ ପୁରୁଣୁ ଆଉ ଗୋଟିଏ ଘଟଣା ସାମ୍ନାକୁ ଆସିଛି। ଠିକ୍‌ ଏକା ଢଙ୍ଗରେ ସୁନା ଚାଲାଣ କରି ଧରାପଡିଛନ୍ତି ଜଣେ ଯୁବତୀ।

ବାଙ୍ଗାଲୋରସ୍ଥିତ କେମ୍ପେଗୌଡା ଆନ୍ତର୍ଜତିକ ବିମାନ ବନ୍ଦରରୁ ଜିଆ ନାମ୍ନୀ ମହିଳାଙ୍କୁ ଗିରଫ କରିଛି ବିମାନ ବନ୍ଦର ପୋଲିସ। ମେଟାଲ ଡିଟେକ୍ଟର ଦେଇ ବିମାନ ବନ୍ଦର ଗେଟ୍‌ ପାର୍‌ କରୁଥିବା ବେଳେ ଏହି ସନ୍ଦିଗ୍ଧ ମହିଳା ଜଣକ ଅଟକି ଯାଇଥିଲେ। ଯାଞ୍ଚ ପାଇଁ ରହିଥିବା ମେସିନ୍‌ ନିକଟରେ ଯିବାକୁ ସେ ହଡବଡେଇବାରୁ ପୋଲିସ ତାଙ୍କୁ ଅଟକ ରଖିଥିଲା। ଯାଞ୍ଚ ପରେ ଯାହା ଜଣାପଡିଲା ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ। ଭୁବନେଶ୍ୱର ଘଟଣା ଭଳି ଏହି ମହିଳା ଜଣକ ମଧ୍ୟ ନିଜ ମଳଦ୍ୱାରରେ ସୁନା ବିସ୍କୁଟ ଭର୍ତ୍ତି କରି ଚାଲାଣ କରୁଥିଲେ। ସ୍କାନିଂ ରିପୋର୍ଟ ଆସିବା ପରେ ଯୁବତୀ ଜଣଙ୍କୁ ଗିରଫ କରାଯାଇଛି।

Previous ArticleNext Article

Send this to a friend