ମରିଗଲା ମାନବିକତା: ଶ୍ୱଶୁରକୁ ବାନ୍ଧିଛି ବୋହୂ, କାରଣ…

ନୂଆଦିଲ୍ଲୀ: ମାନବିକତାକୁ ନେଇ ମଣିଷ। କିନ୍ତୁ ଆଜିର ଦୁନିଆରେ ସମ୍ବେଦନଶୀଳ ହୀନତା ମଣିଷ ଭିତରେ ମାନବିକତାକୁ ମାରିଦେଉଛି। ଜଣେ ଦୁର୍ବଳ ମଣିଷର ଅସହାୟତାର ସୁଯୋଗ ନେଇ ସବଳ  କେମିତି ତାଙ୍କ ଉପରେ ଦାଉସାଧିପାରରନ୍ତି ତାର ନଗ୍ନ ଉଦାହରଣ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ଶୂଶୁର ମାନସିକ ରୋଗୀ ହୋଇଥିବାରୁ ତାର ବୋହୂ ତାକୁ ରସିରେ ବାନ୍ଧି ନିର୍ଯାତନା ଦେବା କ୍ରୁରତାର ସବୁ ସୀମା ଲଂଘିଯାଛି। ଗତ ଦୁଇ ଦିନ ହେବ ସୋସିଆଲ୍‌ ମିଡିଆରେଏ ଏନେଇ ଏକ ଫଟୋ ଭାଇରାଲ ହେଉଛି।

ଯେଉଁଠି  ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ରଶିରେ ବନ୍ଧା ଜାଇଛି। ବୃଦ୍ଧଙ୍କୁ ତାଙ୍କ ବୋହୂ ଅତି ନିର୍ଦୟ ଭାବରେ ରଶିରେ ବାନ୍ଧି, ବାଡି ଧରି ପିଟୁଛନ୍ତି। ତେବେ ଫଟୋଟି ଏତେ ମାତ୍ରାରେ ଭାଇରାଲ୍‌ ହୋଇଛି ଯେ ଉତ୍ତରପ୍ରଦେଶ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ତଦନ୍ତ ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ପୂରା ଭିନ୍ନ।

ବୃଦ୍ଧ ଜଣଙ୍କ ଉତ୍ତରପ୍ରଦେଶ ଭଦୋହୀ ଜିଲ୍ଲା ଦୁନିଆପୁର ନିବାସୀ ମଗନ ତିୱାରୀ। ଗତ କିଛିଦିନ ହେବ ମଗନ ଅସୁସ୍ଥ ଅଛନ୍ତି। ମାନସିକ ରୋଗରେ ପୀଡିତ ମଗନ। ତେଣୁ ମଗନ କେବେକେବେ ଘରେ ପାଟିତୁଣ୍ଡ କରିବା ସହ ଜିନିଷ ପତ୍ର ଭଙ୍ଗା ରୁଜା କରନ୍ତି। ତେଣୁ ଶ୍ୱଶୁରଙ୍କର ପାଗଳାମିରୁ ବଞ୍ଚିବା ପାଇଁ ବୋହୂ ତାଙ୍କୁ ଏମିତି ରଶିରେ ବାନ୍ଧିଛନ୍ତି। ଏଥିସହ ଫଟୋରେ ବୋହୂ ବାଡି ଧରି ଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ସନ୍ଦେହ ଥିଲା ଯେ, ବୋହୂ ଜଣକ ବୃଦ୍ଧଙ୍କୁ ବୋଧହୁଏ ବାଡେଇବା ପାଇଁ ସେହି ବାଡି ଧରିଛନ୍ତି। କିନ୍ତୁ ପୋଲିସର ପଚରା ଉଚରା ପରେ ଯାହା ଜଣା ପଡିଲା ବୋହୂ ବାଡିରେ ଶ୍ୱଶୁରଙ୍କୁ ବାଡେଇ ନାହାଁନ୍ତି।

ବୋହୂଙ୍କ କହିବା ଅନୁଯାୟୀ ତାଙ୍କ ଛୋଟ ପୁଅ, ଶ୍ୱଶୁରଙ୍କ ସହ ସେ ଘରେ ଏକା ରୁହନ୍ତି । ସ୍ୱାମୀ ବାହାରେ ଚାକିରି କରନ୍ତି। ଶ୍ୱଶୁର ମାନସିକ ରୋଗରେ ପୀଡିତ। ସେ କେବେକେବେ ଘର ବାହାରକୁ ଚାଲିଯାଆନ୍ତି। ତେଣୁ ସେ ଶ୍ୱଶୁରଙ୍କୁ ବାନ୍ଧି ଦେଇଥିଲେ।

ପଡୋଶୀ କଲେ ଭିଡିଓ ଭଇରାଲ

ପୋଲିସର କହିବା ଅନୁଯାୟୀ ଏହି ଫଟୋକୁ ମଗନଙ୍କର ପଡୋଶୀ ଉଠାଇଛନ୍ତି ଏବଂ ତାକୁ ସୋସିଆଲ୍‌ ମିଡିଆରେ ଛାଡିଛନ୍ତି। ମଗନଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ପଡୋଶୀଙ୍କର ତାଙ୍କ ଜମି ଉପରେ ନଜର। ମଗନଙ୍କ ପାଗଳାମିର ଫାଇଦା ଉଠାଇ ସେମାନେ ମଗନର ଆଙ୍ଗୁଳି ଚିହ୍ନ ନେବାପାଇଁ ମଧ୍ୟ ଉଦ୍ୟମ କରିଛନ୍ତି।

Previous ArticleNext Article

Send this to a friend