କର୍ମକ୍ଷେତ୍ରରେ ଯୌନ ଶୋଷଣ! ତଦନ୍ତ ବେଳେ ମହିଳାଙ୍କୁ ମିଳିବ ତିନି ମାସର ଛୁଟି

ନୂଆଦିଲ୍ଲୀ: କର୍ମକ୍ଷେତ୍ରରେ ମହିଳାମାନେ ଯୌନ ଶୋଷଣରେ ଶିକାର ହେଉଥିବା ଘଟଣା ତଦନ୍ତ ସମୟରେ ପୀଡିତାଙ୍କୁ ୯୦ ଛୁଟି ମିଳିବ। ଏହି ଛୁଟି ଆଭ୍ୟନ୍ତରୀଣ କମିଟି ଦେବ। ଏହି ସମୟରେ ସେମାନଙ୍କୁ ଦରମା ମଧ୍ୟ ମିଳିବ।

ଏହି ବ୍ୟବସ୍ଥା ଦ୍ୱାରା ପୀଡିତାଙ୍କୁ ଯୌନ ଶୋଷଣ ଦେଉଥିବା ବ୍ୟକ୍ତି ଧମକ ଦେଇପାରିବେ ନାହିଁ। ପୀଡ଼ିତା ନିଜକୁ ସୁରକ୍ଷିତ ରଖି ପାରିବ।

ଅଭିଯୋଗ ଆସିଥିବା ସମୟରେ ଛୁଟି ଗୁଡ଼ିକ ବାର୍ଷିକ ଛୁଟିରୁ କଟିବ ନାହିଁ। ଏହା ସ୍ୱତନ୍ତ୍ର ଛୁଟି ହିସାବରେ ଗ୍ରହଣ କରାଯିବ। ଏନେଇ କେନ୍ଦ୍ର ପ୍ରଶାସନିକ ସେବା ଛୁଟି ୨୦୧୭ର ସଂଶୋଧରେ ବ୍ୟବସ୍ଥା କରାଯାଇଛି ବୋଲି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) କହିଛି।

ଡିସେମ୍ୱରରେ ଡିଓପିଟି ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ, କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ଶୋଷଣ ଦିଆଯାଉଥିବା ଘଟଣାର ତଦନ୍ତ ୩୦ ଦିନ ମଧ୍ୟରେ ସରିବ। କୌଣସି ପରିସ୍ଥିତିରେ ଘଟଣାର ତଦନ୍ତ ୯୦ ଦିନ ଅତିକ୍ରାନ୍ତ କରିବ ନାହିଁ।

Previous ArticleNext Article

Send this to a friend