୨୫ ଲକ୍ଷ ରୁଦ୍ରାକ୍ଷରେ ନିର୍ମାଣ ହୋଇଛି ୩୩ ଫୁଟର ଶିବଲିଙ୍ଗ

shiv

ଯୋଧପୁର: ରାଜସ୍ଥାନର ଯୋଧପୁର ଠାରୁ ୬୫ କିଲୋମିଟର ଦୂର ଓସିଆନ୍‌ରେ ଗୁରୁପୂର୍ଣ୍ଣିମା ଦିନ ୩୩ ଫୁଟ ଉଚ୍ଚର ଏକ ଶିବଲିଙ୍ଗ ନିର୍ମାଣ କରାଯାଇଛି। ୨୫ ଲକ୍ଷ ରୁଦ୍ରାକ୍ଷରେ ଏହି ଶିବଲିଙ୍ଗର ନିର୍ମାଣ କରାଯାଇଛି। ଜୁଲାଇ ୯ ତାରିଖରୁ ଜୁଲାଇ ୧୭ ତାରିଖ ଅର୍ଥାତ ଆଜି ପର୍ଯ୍ୟନ୍ତ ଚାଲିଥିବା ମହାଭିଷେକ ପାଇଁ ଏହି ଶିବଲିଙ୍ଗର ନିର୍ମାଣ କରାଯାଇଛି। ଏହାକୁ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଛି।

ଏହି ଶିବଲିଙ୍ଗରେ ମହାଭିଷେକ ପାଇଁ ଋଷିକେଶରୁ ଟ୍ୟାଙ୍କର ଯୋଗେ ଗଙ୍ଗା ଜଳ ଅଣା ଯାଇଛି। ଏହି ଶିବଲିଙ୍ଗକୁ ଦେଖିବା ପାଇଁ ଗତକାଲି ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସିଥିଲେ। ଶ୍ରାବଣ ମାସ ହୋଇଥିବାରୁ ଏହି ଶିବଲିଙ୍ଗଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ରାଜସ୍ଥାନ ସହିତ ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରୁ ଭକ୍ତଙ୍କ ସୁଅ ଛୁଟୁଛି। ୯ ଜୁଲାଇରୁ ଆରମ୍ଭ ହୋଇଥିବା ଏହି ଉତ୍ସବର ଆଜି ସମାପନ କରାଯିବ। ଶ୍ରାବଣ ମାସର ଦ୍ୱିତୀୟ ସୋମବାର ହୋଇଥିବାରୁ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ଶ୍ରାବଣ ମାସର ପ୍ରଥମ ଦିନ ତଥା ଗତ ସୋମବାରଠାରୁ ଏଠାରେ ରୁଦ୍ରାଭିଷେକ, ମହାରୁଦ୍ର ଯଜ୍ଞ, ଶିବ ମହାପୁରାଣ କଥା, ଶିବ ବିବାହ, ଓ ମହାଆଳତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଅଛି।

ସୂଚନାଯୋଗ୍ୟ, ଗତବର୍ଷ  ଜୁଲାଇ ମାସରେ ଗୁଜରାଟର ଚୋରୱାଡାରେ ଏପରି ଏକ ଶିବଲିଙ୍ଗ ସ୍ଥାପନ କରାଯାଇଥିଲା। ରିଲାଏନ୍ସର ମୁଖ୍ୟ ମୁକେଶ ଅମ୍ୱାନୀ ଏହାର ଆୟୋଜକ ଥିଲେ। ଏହି ଶିବଲିଙ୍ଗର ଉଚ୍ଚତା ମଧ୍ୟ ୩୩ ଫୁଟ ରଖା ଯାଇଥିଲା। ଏହାକୁ ସିମେଣ୍ଟ, ପଥର ଓ ବାଲି ପରି ପରି ଗୃହ ନିର୍ମାଣ ସାମଗ୍ରୀରେ ତିଆରି କରାଯାଇଥିଲା। ତା’ପରେ ଏହାକୁ ୨୫ ଲକ୍ଷ ରୁଦ୍ରାକ୍ଷରେ ସଜା ଯାଇଥିଲା।

Previous ArticleNext Article

Send this to a friend