ୟେମେନ୍ ଉପରେ ସାଉଦୀ ବାୟୁ ସେନାର ଆକ୍ରମଣ,୨୩ ମୃତ

yamen

ସାନ୍ନା: ଶନିବାର ଭୋରରୁ ସାଉଦୀ ବାୟୁସେନା ହୁତ୍ତୀ ସିଆ ଉପରେ ଆକ୍ରମଣ କରିଛି। ଏଥିରେ ୟେମେନର ଉତ୍ତର ପାର୍ବାତ୍ୟଞ୍ଚଳର ୨୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସାଉଦୀର ବାୟୁ ସେନା ସାଦ୍ଦା ନିକଟବର୍ତ୍ତୀ ଏକ ଫ୍ୟାକ୍ଟ୍ରି ଉପରକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଥିବା ଜଣାପଡିଛି। ଏହାସହ ସାଉଦୀ ବାୟୁସେନା ୟେମେନର ରାଜଧାନୀ ସାନ୍ନାଠାରେ ଥିବା ଏକ ଏୟାର ଡିଫେନ୍ସ ହେଡ୍ କ୍ୱାର୍ଟର୍ସ ଉପରେ ମାଡ କରିଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରୁ  ସାଉଦୀ ପକ୍ଷରୁ ୟେମେନ୍ ଉପରେ ବାୟୁସେନା ମଧ୍ୟାମରେ ମାଡ ହେଉଥିବା ଜଣାପଡିଛି। ଏହି ଅଭିଯୋଗକୁ ସାଉଦୀ ଆରବ ରାଷ୍ଟ୍ରପତି ଏ.ଏମ.ହାଡି ଅଗ୍ରାହ୍ୟ କରିଛନ୍ତି।

Previous ArticleNext Article

Send this to a friend