କାମ ବେଳେ ପାନ ମନା: ଯୋଗୀଙ୍କ ନୂଆ ଅନୁଶାସନ

jogi

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ପରେ ପୂରା ଜୋସ୍‌ରେ ଯୋଗୀ ଆଦିତ୍ୟନାଥ। ବିଭିନ୍ନ କ୍ଷେତ୍ରରେ ସଂସ୍କାର ପାଇଁ ଅଣ୍ଟାଭିଡ଼ିନ୍ତି ସେ । ଆସିବା ପରଠୁ ସେ ଛାଡ଼ୁଛନ୍ତି ଗୋଟଏ ପରେ ଗୋଟଏ ବାଣ। ମୁଖ୍ୟମନ୍ତ୍ରୀ ହେବାର କେଇ ମିନିଟ୍ ପରେ ମନ୍ତ୍ରୀମାନଙ୍କୁ ସମ୍ପତ୍ତି ତାଲିକା ମାଗିବା, ବେଆଇ କଂସେଇଖାନା ବନ୍ଦ ନିର୍ଦ୍ଦେଶ ଦେବା ପରେ ଆଜି ଆଉ ଏକ ଚରମ ବାଣୀ ଶୁଣାଇଛନ୍ତି।  ଏଥର ସେ ସରକାରୀ ବାବୁମାନଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଅଫିସ ସମୟରେ ପାନମସଲା, ଗୋଟକା ଭଳି ମାଦକ ଦ୍ରବ୍ୟ ସେବନ ମନା। ନିୟମ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ସେ ପରୋକ୍ଷରେ ଜଣାଇଦେଇଛନ୍ତି। ସେହିପରି ଖୁବ୍ ଶୀଘ୍ର ସ୍କୁଲ, କଲେଜ ଏବଂ ହସ୍ପିଟାଲ ପରରିସରରେ ମଧ୍ୟ ଏହି କଟକଣା ଲାଗୁ କରାଯିବ ବୋଲି ଜଣାପଡ଼ିଛି।

Previous ArticleNext Article

Send this to a friend