‘ଛୁଟି’ର ଛୁଟି କରି ଦେଲେ ଯୋଗୀ; ସରକାରୀ ତାଲିକାରୁ ବାଦ୍ ପଡିଲା ମହମ୍ମଦ ଜୟନ୍ତୀ

yogi 1

ଲକ୍ଷ୍ନୌ: ଛୁଟି କ୍ୟାଲେଣ୍ଡରରୁ ବାଦ୍ ପଡ଼ିଲା ୧୫ଦିନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଦ୍ୟନାଥ ସରକାରୀ ଛୁଟିକୁ କାଣ୍ଟଛାଣ୍ଟ କରିଛନ୍ତି। ମୁଖ୍ୟତଃ ମହାପୁରୁଷଙ୍କ ଜୟନ୍ତୀକୁ ବାର୍ଷିକ ଛୁଟି ତାଲିକାରୁ ବାଦ୍ ଦିଆଯାଇଛି। ମହମ୍ମଦଙ୍କ ଜୟନ୍ତୀ ଠାରୁ ବାଲ୍ମୀକି ଜୟନ୍ତୀ ରହିଛି ଏହି ତାଲିକାରେ। ତେବେ ମହମ୍ମଦଙ୍କ ଜୟନ୍ତୀ ବାଦ୍ ପଡ଼ିବା ପରେ ମୁସଲମାନ୍ ସଂପ୍ରଦାୟର ଲୋକଙ୍କୁ ଝଟକା ଲାଗିଛି। କାରଣ ବିଜେପି ଶାସିତ ରାଜ୍ୟ ଗୁଡିକରେ ରାମ ନବମୀ ଓ ଜନ୍ମାଷ୍ଟମୀକୁ ସରକାର ଛୁଟି ଦିବସ ଭାବେ ଘୋଷଣା କରାଯାଉଥିବା ବେଳେ ଉତ୍ତରପ୍ରଦେଶରେ ମହମ୍ମଦଙ୍କ ଜୟନ୍ତୀକୁ ଛୁଟି ତାଲିକାରୁ ବାଦ୍ ପକାଇବା ପରେ ସମାଲୋଚନା ଆରମ୍ଭ ହୋଇ ଯାଇଛି। ତେବେ ମିଲ୍‌ଦ ଉନ୍ ନବି ବଦଳରେ ଇଦ୍ ପୂର୍ବଦିନ ଥିବା ଛୁଟିକୁ କାଟି ଦେବାକୁ ନିବେଦନ କରିଛନ୍ତି।

Previous ArticleNext Article

Send this to a friend