ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉପନିର୍ବାଚନ ଫଳାଫଳ ଆସିବା ପରେ ସରକାର ୩୭ ଜଣ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରିଦେଇଛନ୍ତି। କାଉଣ୍ଟିଙ୍କର ଫଳାଫଳ ଘୋଷଣା ନକରିବା ବିବାଦରେ ଫସିଥିବା ଗୋରଖପୁର ଜିଲ୍ଲାପାଳ ରାଜୀବ ରୋତେଲା ମଧ୍ୟ ଏହି ଅଦଳବଦଳରେ ରହିଛନ୍ତି। ତାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ବିଜୟନ ପାଣ୍ଡିଆଙ୍କୁ ନୂଆ ଜିଲ୍ଲାପାଳ କରାଯାଇଛି। ସେହିପରି ବରେଲି ଜିଲ୍ଲାପାଳ ରାଘବେନ୍ଦ୍ର ବିକ୍ରମଙ୍କୁ ମଧ୍ୟ ବଦଳି କରି ଦିଆଯାଇଛି।
ସୂଚନାଯୋଗ୍ୟ, ଗୋରଖପୁର ଉପନିର୍ବାଚନ ଭୋଟ୍ ଗଣତିର ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗରେ ଥିଲେ। ଦ୍ୱିତୀୟ ରାଉଣ୍ଡରେ ସେ ପଛେଇ ଯିବା ପରେ ଜିଲ୍ଲାପାଳ ରୋତେଲା ରାଉଣ୍ଡୱାଇଜ୍ ଫଳାଫଳ ଘୋଷଣା କରିବା ବନ୍ଦ କରିଦେଇଥିଲେ। ଏହାକୁ ନେଇ ହୋହାଲ୍ଲା ହେବା ପରେ ବହୁତ ଡେରିରେ ଫଳାଫଳ ଘୋଷଣା କରୁଥିଲେ। ଏହାକୁ ନେଇ ନିର୍ବାଚନ ଆୟୋଗ ମଧ୍ୟ ରିପୋର୍ଟ ମାଗିଛନ୍ତି।