କଣ୍ଡୋମ ବାଣ୍ଟିବ ୟୁପି ସରକାର: ପରିବାର ନିୟୋଜନ ପାଇଁ ଯୋଗୀଙ୍କ ନୂଆ ଷ୍ଟ୍ରାଟେଜି

yogi2_pti

ଲକ୍ଷ୍ନୌ: ଗୋଟିଏ ପରେ ଗୋଟିଏ ନୂଆ ଯୋଜନାକୁ ହାତକୁ ନେଇ ଚର୍ଚ୍ଚାରେ ଯୋଗୀ ସରକାର। ଏବେ ଯୋଗୀଙ୍କ ଫୋକସରେ ଜନ୍ମ ନିୟନ୍ତ୍ରଣ। ତେଣୁ ପରିବାର ନିୟୋଜନ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ମୁଖ୍ୟମନ୍ତ୍ରୀ।  ବିଭିନ୍ନ ସହର ଓ ଗାଁରେ ମାଗଣାରେ କଣ୍ଡୋମ ପ୍ୟାକେଟ୍‌ ସହ ଗର୍ଭ ନିରୋଧକ ବଟିକା ଦିଆଯିବ। ଏହାସହ ମାଗଣାରେ ପ୍ରେଗନେନ୍ସି ଟେଷ୍ଟ ମଧ୍ୟ କରାଯିବା ।

ଯୋଗୀ ସରକାର ଏବେ ନୂଆ ଫ୍ୟାମିଲି ପ୍ଲାନିଂ ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି । ଯାହାର ନାଁ ‘ମିଶନ ପରିବାର ବିକାଶ ଯୋଜନା’। ଏହାପୂର୍ବରୁ ଆଖିଳେଶ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ମନା କରିଦେଇଥିବା ବେଳେ ଯୋଗୀ ସରକାର ଏହାକୁ ଲାଗୁ କରିଛନ୍ତି।

ଏହାସହ ନବ ବିବାହିତ ଦମ୍ପତିଙ୍କୁ ୨୨୦ ଟଙ୍କାରେ ଏକ ଫ୍ୟାମିଲ ପ୍ଲାନିଂ କିଟ୍‌ ପ୍ରଦାନ କରାଯିବ। ଯେଉଁଥିରେ ୬ଟି କଣ୍ଡୋମ, ଗୋଟିଏ ବିବାହ ପଞ୍ଜିକରଣ ଫର୍ମ, ୫ଟି ଗର୍ଭନିରୋଧକ ଔଷଧ  ଓ ୨ଟି ପ୍ରେଗନେନ୍ସି ଟେଷ୍ଟ କିଟ୍‌ ମିଳିବ।

Previous ArticleNext Article

Send this to a friend