ଟ୍ରିପ୍‌ଲ ତଲାକ ପସଙ୍ଗରେ ଯୋଗୀଙ୍କ ଚାଞ୍ଚଲ୍ୟକର ବୟାନ : ଉଠାଇଲେ ଦ୍ରୌପଦୀ ବସ୍ତ୍ର ହରଣର ଚିତ୍ର

aadityanath-4

ଲକ୍ଷ୍ନୌ: ଟ୍ରିପ୍‌ଲ ତଲାକ ପସଙ୍ଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚାଞ୍ଚଲ୍ୟକର ବୟାନ। ଏହି ପ୍ରସଙ୍ଗରେ ସେ ସିଧା ସଳଖ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରିଛନ୍ତି। କଥା ଛଳରେ ସେ, ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ର ହରଣର ଚିତ୍ରକୁ ଉଦାହରଣ ଭାବେ ‌ଥୋଇଛନ୍ତି।

କହିଛନ୍ତି ଦ୍ରୌପଦୀଙ୍କ ବସ୍ତ୍ର ହରଣ ବେଳେ କେହି ମୁହଁ ନଖୋଲିବା ଯାହା ଟ୍ରିପ୍‌ଲ ତଲାକ ପସଙ୍ଗରେ ନୀରବ ରହିବା ସହ ସମାନ।  ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ୯୧ତମ ଜନ୍ମଜୟନ୍ତୀରେ ଯୋଗଦେଇ ସେ ଏହା କହିଛନ୍ତି। ସୋମବାର ୟୁପି ବିଧାନସଭା ସେଣ୍ଟ୍ରାଲ ହଲରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।

ମହାଭାରତ ପ୍ରସଙ୍ଗକୁ ଉଠାଇ ଯୋଗୀ କହିଥିଲେ ଯେ, ଯେତେବେଳେ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରୁଥିଲେ ସେତେବେଳେ ଅନ୍ୟମାନ ନୀରବ ରହିଥିଲେ।  ଏଭଳି ବିପଦ ସମୟରେ ଯେଉଁମାନ ମୂକ ଦର୍ଶକ ସାଜିଥିଲେ ସେମାନେ ସମସ୍ତ ଜଣେ ଜଣେ ଦୋଶୀ। ଆଉ ଟ୍ରିପ୍‌ଲ ତଲାକ ପସଙ୍ଗରେ ଯେଉଁମାନେ ମୁହଁ ଖୋଲୁନାହାନ୍ତି ସେମାନେ ମଧ୍ୟ ମୋ ମତରେ ସମପରିମାଣରେ ଜଣେ ଜଣେ ଦୋଶୀ ବୋଲି ସେ  କହିଛନ୍ତି।

Previous ArticleNext Article

Send this to a friend