ବାବୁଙ୍କୁ ଜଗିବେ ଯୋଗୀ: ଫୋନ୍‌ ନଉଠାଇଲେ ଚାକିରି ଗୋଲ୍‌

adityanath

ଲକ୍ଷ୍ନୌ: ଟ୍ରିଂ ଟ୍ରିଂ ଟ୍ରିଂ ….ସକାଳ ୯ରୁ ସଂଧ୍ୟା ୬ଟା। ଅଫିସ୍‌ରେ ନଥିଲେ କୈଫୟତ ଦେବେ। ଯେକୌଣସି ମୁହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ କରି ପାରନ୍ତି ଲ୍ୟାଣ୍ଡଲାଇନ୍‌କୁ କଲ୍‌। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଏ ଫତୁଆ ଜାରି କରିବା ପରେ ୟୁପିର ସମସ୍ତ ଅଧିକାରୀଙ୍କ ଆଖିରୁ ନିଦ ହଜିଯାଇଛି। ଖୁବ୍‌ କମ ସମୟରେ ଆକ୍ଳାନ୍ତ ପରିଶ୍ରମ କରି ଉତ୍ତରପ୍ରଦେଶକୁ କିପରି ଉତ୍ତମ ପ୍ରଦେଶରେ ପରିଣତ କରିବେ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଯୋଗୀ।

ଠକ ଅଧିକାରୀଙ୍କ ପାଇଁ ବଜାଇଛନ୍ତି ସତର୍କ ଘଣ୍ଟି। କାମରେ ସାମନ୍ୟ ଅବହେଳା କଲେ ମିଳିବ କଡା ଦଣ୍ଡ। ୟୁପିରେ ଯୋଗୀ ସରକାର ଅସିବା ପରେ ସରକାରୀ ଅଧିକାରୀଙ୍କ ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଖୋଦ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଏହାର ତଦାରଖ କରିବେ। ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେତେବେଳେ ଅଚାନକ କଲ କରିପାରନ୍ତି। ଏଥିପାଇଁ ସଜାଗ ରହିବାକୁ ୟୁପିର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଫିସ୍‌ ସମୟରେ ଯଦି କୌଣସି ଅଧିକାରୀ କାର୍ଯ୍ୟାଳୟରେ ନିଥିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଉପଯୁକ୍ତ କାରଣ ଦର୍ଶାଇ ପାରିଲେ ତାହାଲେ ରକ୍ଷା, ନହେଲେ ଯୋଗୀ ରାଜତ୍ୱରେ ସରକାରୀ ଅଧିକାରୀ ତିଷ୍ଠିବା ମୁସ୍କିଲ। ଅତି କମରେ ୧୮ରୁ ୨୦ ଘଣ୍ଟା ଯେଉଁ ସରକାରୀ କର୍ମଚାରୀ କାମ କରିପାରିବେ ସେମାନେ ରହିବେ ଆଉ ଯେଉଁମାନେ ଏହା କରିବାକୁ ଅସମର୍ଥ ସେମାନେ ଅନ୍ୟ ରାସ୍ତା ଦେଖିବାକୁ ଯୋଗୀ ପୂର୍ବରୁ ମଧ୍ୟ କହିସାରିଛନ୍ତି। ଏହାକୁ ନେଇ ୟୁପି ବାବୁଙ୍କ ଛାତିରେ ଛନକା ପଶିଛି।…

Previous ArticleNext Article

Send this to a friend