ୟୁପିରେ ଯୋଗୀ ଯୁଗ ଆରମ୍ଭ: ଶପଥ ଗ୍ରହଣ ଉତ୍ସବରେ ଅ‌ଖିଲେଶ, ମୁଲାୟମ

yogi

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଜିଠାରୁ ଆରମ୍ଭ ହୋଇଛି ଯୋଗୀ ଯୁଗ। ଯୋଗୀ ଆଦିତ୍ୟନାଥ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ରାମ ନାଏକ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ଲକ୍ଷ୍ନୌରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା।

ସେହିପରି ଦୀନେଶ ଶର୍ମା ଓ କେ.ପି ମୌର୍ଯ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମାନଙ୍କ ସହ ମନ୍ତ୍ରିମଣ୍ଡଳରେ ୪୯ ଜଣ ସଦସ୍ୟ ଶପଥ ନେଇଛନ୍ତି।  ସେହିପରି ୨୨ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ମନ୍ତ୍ରୀମଣ୍ଡଳରେ ୬ ଜଣ ମହିଳା ସ୍ଥାନ ପାଇଛନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ରୀତା ବହୁଗୁଣା ମଧ୍ୟ ମନ୍ତ୍ରୀ ହୋଇଛନ୍ତି। ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଗୋରଖପୁରର ୫ ଥରର ସାଂସଦ।

ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନାଥ ସିଂହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲି ମନୋହର ଯୋଶୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ସହ ବହୁ ସାଧୁସନ୍ଥ ମଧ୍ୟ ଯୋଗ ଦେଇଥିଲେ।  ଉତ୍ସବରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଏବଂ ତାଙ୍କ ବାପା ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ମଧ୍ୟ ଉପସ୍ଥିତ ଥିଲେ।

SHARE THIS

RELATED ARTICLES

LEAVE COMMENT