ଯୋଗୀ ମୁଖ୍ୟମନ୍ତ୍ରୀ ହେବା ଏକବିଂଶ ଶତାବ୍ଦୀର ସବୁଠୁ ଭଲ ଖବର: ଉମା ଭାରତୀ

uma

ନୂଆଦିଲ୍ଲୀ: ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କରାଯିବା କଥା ଏକବିଂଶ ଶତାବ୍ଦୀର ସବୁଠୁ ଭଲ ଖବର ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ। ସେ କହିଛନ୍ତି ଯେ ଏହା ବାମପନ୍ଥୀଙ୍କ ଗାଲରେ ସବୁଠୁ ବଡ଼ ଚାପୁଡ଼ା। ସେ ଯୋଗୀଙ୍କୁ ନିଜ ସାନ ଭାଇ ବୋଲି ମଧ୍ୟ କହିଛନ୍ତି।

ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଦଳର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ମୋ ପାଇଁ ମୋଦିଜୀ ଭାରତର ପ୍ରଧାନମନ୍ତ୍ରୀ ହେବା ଓ ମୋ ସାନ ଭାଇ ଯୋଗୀ ୟୁପିର ମୁଖ୍ୟମନ୍ତ୍ରୀ ହେବା ଏକବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଖବର।’

ଯୋଗୀଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କରାଯିବା ନେଇ ବିଜେପିର ନିଷ୍ପତ୍ତିକୁ ଉମା ଭାରତୀଙ୍କ ସହିତ ତୁଳନା କରି ଦେଖାଯାଉଛି। ୨୦୦୩ରେ ଉମାଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ତେବେ ୨୦୦୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ବିଦ୍ରୋହ କରି ଦଳ ଛାଡ଼ି ଦେଇଥିଲେ।

Previous ArticleNext Article

Send this to a friend