ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ମାମଲାର ଶୁଣାଣି ଆରମ୍ଭ

highcourt

କଟକ: ଓଡିଶା ଜିଲ୍ଲା ପରିଷଦ ଆଇନରେ ସଂଶୋଧନକୁ ବିରୋଧ କରି ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ଆରମ୍ଭ ହୋଇଛି। ଆଜି ଆବେଦନକାରୀ ସୁଖଲାଲ ମୁଣ୍ଡ କୋର୍ଟରେ ପକ୍ଷ ରଖିଛନ୍ତି। ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ । ରାଜ୍ୟ ନିର୍ବାଚନ କମିଶନଙ୍କ ଓକିଲ ଉକ୍ତ ଦିନ ତାଙ୍କ ପକ୍ଷ ରିଖିବେ ।

ଆଜି ଶୁଣାଣିରେ ମୁଖ୍ୟତ ୩ଟି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ସମ୍ବିଧାନର ଧାରା ୨୪୩ ଅନୁଯାୟୀ ସରକାର ଏଭଳି ସଂଶୋଧନ ଆଣିପାରିବେ ନାହିଁ  ଓ ନିର୍ବାଚନ ପ୍ରକ୍ରିଆ ଆରମ୍ଭ ହେବା ପରେ ସରକାର କୌଣସି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆବେଦନକାରୀ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ସଂଶୋଧିତ ଆଇନ ଯୋଗୁ ଭୋଟଦାନର ଗୋପନୀୟତା ନଷ୍ଟ ହେଉଛି ବୋଲି ଆବେଦନକାରୀଙ୍କ ଓକିଲ ଯୁକ୍ତି ବଢିଥିଲେ ।

Previous ArticleNext Article

Send this to a friend