ଓଡିଆ ପତ୍ରିକା ‘ଯୋଜନା’ର ସଂପାଦକ ବସନ୍ତ କୁମାର ମାଝୀଙ୍କ ଅବସର

ଭୁବନେଶ୍ୱର : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପବ୍ଲିକେସନ୍ ଡିଭିଜନ ଅଧୀନରେ ପରିଚାଳିତ ଓଡ଼ିଆ ମାସିକ ପତ୍ରିକା ‘ଯୋଜନା’ର ସଂପାଦକ ତଥା ଉପ-ନିର୍ଦ୍ଦେଶକ ବସନ୍ତ କୁମାର ମାଝୀ ଆଜି ଅବସର ନେଇଛନ୍ତି। ସେ ୨୦୦୯ ରୁ ୨୦୧୫ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଓଡିଆ ପତ୍ରିକା ‘ଯୋଜନା’ର ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ଆଜି ଶ୍ରୀ ମାଝୀଙ୍କୁ ନୂଆଦିଲ୍ଳୀର ଭିକାଜୀକାମା ମାର୍ଗସ୍ଥିତ ପବ୍ଲିକେସନ୍ ଡିଭିଜନରେ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ମାଝୀ ସଂସ୍କୃତରେ ସ୍ନାତକୋତର ଶିକ୍ଷା […]

tribal1

tribal1

Rakesh Mallick
  • Published: Friday, 31 July 2015
  • Updated: 31 July 2015, 03:49 PM IST

Sports

Latest News

ଭୁବନେଶ୍ୱର : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପବ୍ଲିକେସନ୍ ଡିଭିଜନ ଅଧୀନରେ ପରିଚାଳିତ ଓଡ଼ିଆ ମାସିକ ପତ୍ରିକା ‘ଯୋଜନା’ର ସଂପାଦକ ତଥା ଉପ-ନିର୍ଦ୍ଦେଶକ ବସନ୍ତ କୁମାର ମାଝୀ ଆଜି ଅବସର ନେଇଛନ୍ତି। ସେ ୨୦୦୯ ରୁ ୨୦୧୫ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଓଡିଆ ପତ୍ରିକା ‘ଯୋଜନା’ର ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ଆଜି ଶ୍ରୀ ମାଝୀଙ୍କୁ ନୂଆଦିଲ୍ଳୀର ଭିକାଜୀକାମା ମାର୍ଗସ୍ଥିତ ପବ୍ଲିକେସନ୍ ଡିଭିଜନରେ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯାଇଥିଲା।

ଶ୍ରୀ ମାଝୀ ସଂସ୍କୃତରେ ସ୍ନାତକୋତର ଶିକ୍ଷା ପରେ ୧୯୮୦ ମସିହା ଜାନୁୟାରୀ ୭ ତାରିଖରେ ଓଡିଶା ସରକାରଙ୍କ ଅଧୀନରେ ପ୍ରଥମେ ସାମାଜିକ ଶିକ୍ଷା ସଂଗଠକ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ତେବେ ଭାରତୀୟ ସୂଚନା ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସେ ସରକାରଙ୍କ ଚାକିରୀ ଛାଡି କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ଭାରତୀୟ ସୂଚନା ସେବାରେ ଯୋଗଦେବା ପରେ ସେ ପ୍ରଥମେ ଫେବୃୟାରୀ ୨୦ ତାରିଖ ୧୯୮୪ ମସିହାରୁ ସୈନିକ ସମାଚାରରେ ସହ-ସଂପାଦକ ଭାବେ ଯୋଗ ଦେଇଥିଲେ। ଏହାପରେ ୧୯୮୭ ରୁ ୧୯୯୦ ପବ୍ଲିକେସନ‌ ଡିଭିଜନ‌ ବା ପ୍ରକାଶନ ନିର୍ଦ୍ଦେଶାଳୟରେ ସହକାରୀ ସଂପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୯୦ ରୁ ୧୯୯୫ ସମ୍ୱଲପୁର ଜିଲ୍ଲାରେ କ୍ଷେତ୍ର ପ୍ରଚାର ଅଧିକାରୀ ରୂପେ ପାଂଚ ବର୍ଷ କାର୍ଯ୍ୟ କରିଥିଲେ।

୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ଆକାଶବାଣୀ କଟକର ଅନ୍ୟତମ ବାର୍ତ୍ତା ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଆକାଶବାଣୀର ସମ୍ୱଲପୁର ସମ୍ୱାଦଦାତା ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos