ଭୁବନେଶ୍ୱର: ନବକଳେବର ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମୁଖ୍ୟମନ୍ତ୍ରୀ କରିଛନ୍ତି। ସମୀକ୍ଷା ବୈଠକ ଶେଷ ପରେ ପୋଲିସ ଡିଜି ସଞ୍ଜିବ ମାରିକ ସୂଚନା ଦେଇ କହିଛନ୍ତି ଯେ, ଏଥର ଘୋଷଯାତ୍ରା ବେଳେ ପୁରୀରେ ୯ ହଜାର ପୋଲିସ୍ ଫେ।ର୍ସ ମୁତୟନ ହେବେ । ୧୨ ଜଣ କମାଣ୍ଡାଣ୍ଟ ଓ ଏସପି ରାଙ୍କର ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ଏହାବ୍ୟତୀତ ୩୦ଜଣ ଏଏସପି, ୭୦ଜଣ ଡିଏସପି, ୧୦୨ ଇନ୍ସପେକ୍ଟର ଓ ୭୮୦ ସବ୍ ଇନ୍ସପେକ୍ଟର ପୁରୀରେ ରହିବେ । ଏହାସହ ସହରରେ ୨ ପ୍ଲାଟୁନ ରାପିଡ୍ ଆକ୍ସନ ଫେ।ର୍ସ ମୁତୟନ କରାଯିବ। ତଟସୁରକ୍ଷା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜଳସୀମାରେ ୩ଟି ବୋଟ୍ ଦ୍ୱାରା ପାଟ୍ରୋଲିଂ କରାଯିବ। ସେହିପରି ଟ୍ରାଫିକ୍ ବ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଯାତ୍ରୀଙ୍କୁ ସଚେତନ କରିବାକୁ ବୁକଲେଟ ବଣ୍ଟନ କରାଯିବ । ଆଜିର ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ଓ ପୋଲିସ୍ ଡିଜି ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।