ପୁଣି ୮ ଖଣି ଚାଲୁ ପାଇଁ ଆଲୋଚନା

ରାଜ୍ୟରେ ଆଉ ୮ଟି ଖଣିର ଏକ୍ସଟେନସନ୍ ଅର୍ଡର ଉପରେ ବିଚାର ପାଇଁ ଆଜି ଇଣ୍ଟର  ଡିପାର୍ଟମେଣ୍ଟାଲ କମିଟିରେ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ସେଥିରୁ ୭ଟି ନନ୍-କ୍ୟାପଟିଭ୍ ଖଣି ସମ୍ପର୍କରେ ମିଳିଥିବା ସମସ୍ତ ତଥ୍ୟ, ସରକାରଙ୍କୁ ଜଣାଇ ଦିଆଯିବ । ପରେ ଏ ସମ୍ପର୍କରେ ନିର୍ଣ୍ଣୟ ନିଆଯିବ ବୋଲି ବୈଠକ ପରେ ଖଣି ନିଦ୍ଦେର୍ଶକ ସୂଚନା ଦେଇଛନ୍ତି । ତେବେ ଜଙ୍ଗଲ ବିଭାଗ ଓ ଖଣି ନିଦ୍ଦେର୍ଶାଳୟଠାରୁ, କମିଟି ମାଲା ରାୟ ଖଣି ସମ୍ପର୍କରେ ଅଧିକ ତଥ୍ୟ […]

koila

koila

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 02:15 PM IST

Sports

Latest News

ରାଜ୍ୟରେ ଆଉ ୮ଟି ଖଣିର ଏକ୍ସଟେନସନ୍ ଅର୍ଡର ଉପରେ ବିଚାର ପାଇଁ ଆଜି ଇଣ୍ଟର  ଡିପାର୍ଟମେଣ୍ଟାଲ କମିଟିରେ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ସେଥିରୁ ୭ଟି ନନ୍-କ୍ୟାପଟିଭ୍ ଖଣି ସମ୍ପର୍କରେ ମିଳିଥିବା ସମସ୍ତ ତଥ୍ୟ, ସରକାରଙ୍କୁ ଜଣାଇ ଦିଆଯିବ । ପରେ ଏ ସମ୍ପର୍କରେ ନିର୍ଣ୍ଣୟ ନିଆଯିବ ବୋଲି ବୈଠକ ପରେ ଖଣି ନିଦ୍ଦେର୍ଶକ ସୂଚନା ଦେଇଛନ୍ତି । ତେବେ ଜଙ୍ଗଲ ବିଭାଗ ଓ ଖଣି ନିଦ୍ଦେର୍ଶାଳୟଠାରୁ, କମିଟି ମାଲା ରାୟ ଖଣି ସମ୍ପର୍କରେ ଅଧିକ ତଥ୍ୟ ଚାହିଁଛନ୍ତି। ମାଲା ରାୟ ଖଣିକୁ ଛାଡ଼ି ଅନ୍ୟ ଯେଉଁ ସବୁ ଖଣି ସମ୍ପର୍କରେ ଆଲୋଚନା ହୋଇଥିଲା । ସେଗୁଡ଼ିକ ହେଲା ଆର୍.ବି. ଦାସ, ତାରିଣୀ ମିନେରାଲ୍ସ, ତାରିଣୀ ପ୍ରସାଦ ମହାନ୍ତି, ବି.ସି. ମହାନ୍ତି, ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଆଇରନ୍ ଓ ଗୀତାରାଣୀ ମହାନ୍ତି ଖଣି। ଯେଉଁ ଖଣିଗୁଡ଼ିକର ତଥ୍ୟ ଓ ଯୋଗ୍ୟତା ଠିକ୍ ଥିବା କମିଟି ହୃଦବୋଧ କରିବେ ତାକୁ ସୁପାରିଶ କରିବେ ବୋଲି ଖଣି ନିର୍ଦ୍ଦେଶକ କହିଛନ୍ତି। ଆସନ୍ତା ୨ରୁ ୩ ଦିନ ଭିତରେ କମିଟି ସୁପାରିଶ ମିଳିବା ପରେ ସରକାରଙ୍କ ନିକଟକୁ ପଠାଯିବ । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି ବୈଠକରେ ଖଣି ନିର୍ଦ୍ଦେଶକଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos