ବାଲେଶ୍ୱର: ବର୍ଷାସୋନୀଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ବାଲେଶ୍ୱର:  ବାଲେଶ୍ୱର ନିମ୍ନ ଅଦାଲତରେ ଚାଲିଥିବା ମାମଲାର ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବୋହୂ ବର୍ଷାସୋନୀ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ବାଲେଶ୍ୱର ସେସନ୍ସ ଜଜଙ୍କ କୋର୍ଟରେ ଏ ସମ୍ପର୍କରେ ଏକ ମାମଲାର ବିଚାର ଚାଲିଥିବାରୁ ବର୍ଷାସୋନୀଙ୍କ ଆବେଦନ ଉପରେ କୌଣସି  ନିର୍ଦ୍ଦେଶ ଜାରି କରାଯାଇପାରିବ ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି । ଘରୋଇ ହିଂସା ନିରୋଧ ଆଇନ ଅନୁସାରେ ଭରଣପୋଷଣ ପାଇଁ ବର୍ଷାସୋନୀ ବାଲେଶ୍ୱର ଏସିଡିଜେମଙ୍କ ନିକଟରେ […]

basha

basha

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 04:45 AM IST

Sports

Latest News

ବାଲେଶ୍ୱର:  ବାଲେଶ୍ୱର ନିମ୍ନ ଅଦାଲତରେ ଚାଲିଥିବା ମାମଲାର ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବୋହୂ ବର୍ଷାସୋନୀ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ବାଲେଶ୍ୱର ସେସନ୍ସ ଜଜଙ୍କ କୋର୍ଟରେ ଏ ସମ୍ପର୍କରେ ଏକ ମାମଲାର ବିଚାର ଚାଲିଥିବାରୁ ବର୍ଷାସୋନୀଙ୍କ ଆବେଦନ ଉପରେ କୌଣସି  ନିର୍ଦ୍ଦେଶ ଜାରି କରାଯାଇପାରିବ ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି । ଘରୋଇ ହିଂସା ନିରୋଧ ଆଇନ ଅନୁସାରେ ଭରଣପୋଷଣ ପାଇଁ ବର୍ଷାସୋନୀ ବାଲେଶ୍ୱର ଏସିଡିଜେମଙ୍କ ନିକଟରେ ଆବେଦନ କରିଥିଲେ। ତେବେ ଏ ନେଇ ଏସଡିଜେଏମ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବର୍ଷାଙ୍କ ସ୍ୱାମୀ ରାଜାଶ୍ରୀ ମହାନ୍ତି ବାଲେଶ୍ୱର ସେସନ୍ସ କୋର୍ଟରେ ଚାଲେଞ୍ଜ କରିଛନ୍ତି। ବାଲେଶ୍ୱର ସେସନ୍ସ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇ ନ ଥିବାରୁ ତାଙ୍କ ଆବେଦନକୁ ଖାରଜ କରିବାକୁ ରାଜଶ୍ରୀଙ୍କ ପକ୍ଷରୁ ହାଇକୋର୍ଟରେ ଯୁକ୍ତି ବାଢିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos