୧୦ ଟଙ୍କା ଫୋପାଡ଼ି ଦେଢ଼ ଲକ୍ଷ ଲୁଟି ନେଲେ

ପୁରୀ (ମଧୁସୂଦନ ମିଶ୍ର): ୧୦ ଟଙ୍କା ଫୋପାଡ଼ି ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା। ଘଟଣା ଘଟିଛି ପୁରୀ ଟାଉନ ଥାନା ସମ୍ମୁଖରେ ଥିବା ୟୁନିୟନ୍‌ ବ୍ୟାଙ୍କରେ। ଆଉ ଏହି ପୂରା ଘଟଣା କଏଦ ହୋଇଛି ବ୍ୟାଙ୍କର ସିସିଟିଭି  କ୍ୟାମେରାରେ। ଜଣେ କି ଦୁଇ ଜଣ ନୁହେଁ, ପୂରା ୬ ଜଣ ଲୁଟେରା ଏହି ଲୁଟ୍‌ରେ ସାମିଲ ହୋଇଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି କଣାସର ଜଣେ ଠିକାଦାର ପ୍ରହଲ୍ଲାଦ ଚମ୍ପତିରାୟ […]

loot

loot

Rakesh Mallick
  • Published: Friday, 06 July 2018
  • Updated: 06 July 2018, 08:45 AM IST

Sports

Latest News

ପୁରୀ (ମଧୁସୂଦନ ମିଶ୍ର): ୧୦ ଟଙ୍କା ଫୋପାଡ଼ି ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା। ଘଟଣା ଘଟିଛି ପୁରୀ ଟାଉନ ଥାନା ସମ୍ମୁଖରେ ଥିବା ୟୁନିୟନ୍‌ ବ୍ୟାଙ୍କରେ। ଆଉ ଏହି ପୂରା ଘଟଣା କଏଦ ହୋଇଛି ବ୍ୟାଙ୍କର ସିସିଟିଭି  କ୍ୟାମେରାରେ। ଜଣେ କି ଦୁଇ ଜଣ ନୁହେଁ, ପୂରା ୬ ଜଣ ଲୁଟେରା ଏହି ଲୁଟ୍‌ରେ ସାମିଲ ହୋଇଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି କଣାସର ଜଣେ ଠିକାଦାର ପ୍ରହଲ୍ଲାଦ ଚମ୍ପତିରାୟ ବ୍ୟାଙ୍କରୁ ୩ ଲକ୍ଷ ୩ ହଜାର ଟଙ୍କା ଉଠାଇ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ଏକ ସ୍ଥାନରେ ବସି ଟଙ୍କା ଗଣୁଥିଲେ। ଟଙ୍କା ଗଣି ସାରିବା ପରେ ସେ ସେଥିରୁ ଦେଢ଼ ଲକ୍ଷ ଟଙ୍କା ନିଜ ପକେଟ୍‌ରେ ରଖିଥିଲେ। ବଳକା ଟଙ୍କା ଏକ ବ୍ୟାଗ୍‌ରେ ରଖିଲେ। ତେବେ ତାଙ୍କୁ ଦୀର୍ଘ ସମୟ ଧରି ୬ ଜଣ ଲୁଟେରା ପିଛା କରୁଥିଲେ। ହଠାତ୍‌ ଜଣେ ଲୁଟେରା ୧୦ଟଙ୍କା ତଳେ ଫୋପାଡ଼ି ଦେଇ ଆପଣଙ୍କର ଟଙ୍କା ପଡ଼ିଯାଇଛି ବୋଲି ପ୍ରହଲ୍ଲାଦଙ୍କୁ ହିନ୍ଦୀରେ କହିଥିଲା।  ଏହା ଶୁଣି ସେ ବସିବା ସ୍ଥାନରୁ ଉଠି ୧୦ ଟଙ୍କିଆ ନୋଟ୍‌କୁ ଉଠାଉଥିବା ବେଳେ ଅନ୍ୟ ଜଣେ ଲୁଟେରା ତାଙ୍କର ବ୍ୟାଗରୁ ଦେଢ଼ ଲକ୍ଷ ଟଙ୍କା ନେଇ ଯାଇଥିଲା। ପରେ ଲୁଟେରାମାନେ ସେଠାରୁ ଜଣେ ପରେ ଜଣେ ଫେରାର ହୋଇଯାଇଥିଲେ। ପ୍ରହଲ୍ଲାଦ ସଙ୍ଗେ ସଙ୍ଗେ ଟଙ୍କା ଲୁଟ୍‌ ସମ୍ପର୍କରେ ଜାଣି ପାରି ନଥିଲେ। ତେବେ ଜାଣିବା ପରେ ସେ ପୁରୀ ଟାଉନ ଥାନାରେ ଏତଲା ଦେଇଥିଲେ।

ଘଟଣା ସମ୍ପର୍କରେ ୟୁନିୟନ ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ସୁବଳ ଘଡ଼େଇ କହିଛନ୍ତି,“ପ୍ରହଲ୍ଲାଦ ଚମ୍ପତିରାୟ ନାମକ ଜଣେ ଗ୍ରାହକ ତାଙ୍କ ଜମାଖାତାରୁ ୩ ଲକ୍ଷ ୩ ହଜାର ଟଙ୍କା ଉଠାଇଥିଲେ। ତେବେ ଆମ ଅଜାଣତରେ ସେ ଆଧାର ଲିଙ୍କ୍‌ ହେଉଥିବା ସ୍ଥାନରେ ପଡ଼ିଥିବା ଏକ ସୋଫାରେ ବସି ଟଙ୍କା ଗଣିଥିଲେ। ସେହି ସମୟରେ ତାଙ୍କ ଟଙ୍କା ଲୁଟ୍‌ ହୋଇଛି। ଏନେଇ ସେ ଥାନାରେ ଏତଲା ଦେଇଛନ୍ତି। ପୋଲିସ୍ ବ୍ୟାଙ୍କକୁ ଆସି ତଦନ୍ତ କରିଛନ୍ତି। ଏହାସହ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଦେଖିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story