ଧସୁଛି କଂଗ୍ରେସର ଦୁର୍ଗ, ଦଳ ଛାଡ଼ିଲେ ୧୦ କର୍ପୋରେଟର

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): “ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ଦୀର୍ଘ ଦିନ ଧରି ଲାଗି ରହିଛି ଗୋଷ୍ଠୀ କନ୍ଦଳ। କର୍ମୀଙ୍କ ମଧ୍ୟରେ ଚାଲିଛି ବାକ୍‌ ଯୁଦ୍ଧ। ଯାହାଫଳରେ ବ୍ରହ୍ମପୁର ସହରରେ ବିକାଶ ହୋଇପାରୁ ନାହିଁ। ସେଥିପାଇଁ କଂଗ୍ରେସ ଛାଡ଼ିବାକୁ ଆମେ ବାଧ୍ୟ ହୋଇଛୁ। ବ୍ରହ୍ମପୁର ମହାନଗର ନିଗମର ଉନ୍ନତି ପାଇଁ ବିଜେଡିରେ ମିଶିବାକୁ ନିଷ୍ପତ୍ତି ନେଇଛୁ। ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ରହ୍ମପୁର ଗସ୍ତ ସମୟରେ ଆମେ ବିଜେଡିରେ ମିଶିବୁ।” ଏହା କହିଛନ୍ତି ୪ […]

10 counciler regine from congress

10 counciler regine from congress

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 05:37 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): “ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ଦୀର୍ଘ ଦିନ ଧରି ଲାଗି ରହିଛି ଗୋଷ୍ଠୀ କନ୍ଦଳ। କର୍ମୀଙ୍କ ମଧ୍ୟରେ ଚାଲିଛି ବାକ୍‌ ଯୁଦ୍ଧ। ଯାହାଫଳରେ ବ୍ରହ୍ମପୁର ସହରରେ ବିକାଶ ହୋଇପାରୁ ନାହିଁ। ସେଥିପାଇଁ କଂଗ୍ରେସ ଛାଡ଼ିବାକୁ ଆମେ ବାଧ୍ୟ ହୋଇଛୁ। ବ୍ରହ୍ମପୁର ମହାନଗର ନିଗମର ଉନ୍ନତି ପାଇଁ ବିଜେଡିରେ ମିଶିବାକୁ ନିଷ୍ପତ୍ତି ନେଇଛୁ। ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ରହ୍ମପୁର ଗସ୍ତ ସମୟରେ ଆମେ ବିଜେଡିରେ ମିଶିବୁ।” ଏହା କହିଛନ୍ତି ୪ ନମ୍ୱର ୱାର୍ଡ଼ର କର୍ପୋରେଟର ଅନୀଲ କୁମାର ନାୟକ।

ଅସନ୍ତୋଷ ପ୍ରକାଶ କରି ଗତକାଲି କଂଗ୍ରେସ ଛାଡ଼ିଥିଲେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ତାଙ୍କ ସହିତ ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ ମଧ୍ୟ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ଚନ୍ଦ୍ରଶେଖର କଂଗ୍ରେସ ଉପରେ ବର୍ଷିଥିଲେ। କହିଥିଲେ-“୨୦୦୯ ପରଠୁ ଦଳ ମୋତେ ଅଣଦେଖା କରାଯାଉଥିଲା। ମୋ’ ଅଭିଜ୍ଞତାକୁ ବ୍ୟବହାର କରାଗଲାନି। ଦଳ ଭିତରେ ଚାଲିଥିବା ଟଣାଓଟରା ଓ ବିଜେପୁରରେ ଶୋଚନୀୟ ପରାଜୟ ମୋତେ ବ୍ୟତିବ୍ୟସ୍ତ କରିବାରୁ ଶେଷରେ ଦଳ ଛାଡ଼ିଲି।”

ଚନ୍ଦ୍ରଶେଖର କଂଗ୍ରେସ ଛାଡ଼ିବାର ଗୋଟିଏ ଦିନ ପରେ ଆଜି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ର ୧୦ ଜଣ କର୍ପୋରେଟର ଦଳ ଛାଡିଛନ୍ତି। ସେମାନେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। କଂଗ୍ରେସରେ ବିଶୃଙ୍ଖଳା, ଗୋଷ୍ଠୀ କନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା କହିଛନ୍ତି। ସେମାନେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଆସନ୍ତା ୪ ତାରିଖରେ ଏମାନେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଇସ୍ତଫା ଦେଇଥିବା କର୍ପୋରେଟରମାନେ ହେଲେ ଅନୀଲ କୁମାର ନାୟକ, ଆର.ମୂରଳି ମୋହନ, ରଞ୍ଜିତା ନାୟକ, ଏଲିଲା ବେହେରା, ଗୀତା ମଢ଼େଇ, ସଞ୍ଜୁକ୍ତା ପାତ୍ର, ପ୍ରିୟଙ୍କା ଚୌଧୁରୀ, ବି.ଶ୍ରୀନିବାସ ରାଓ, ଏମ୍‌.ମିନାକ୍ଷୀ ଓ ମିନତୀ ବିଶୋୟି।

କର୍ପୋରେଟର ଆର ମୂରଲି ମୋହନ କହିଛନ୍ତି-“କିଛି ଦିନ ଧରି କଂଗ୍ରେସ ଭିତରେ କନ୍ଦଳ ଲାଗି ରହିଛି। ସେଥିପାଇଁ ଅଞ୍ଚଳବାସୀଙ୍କ ମତାମତ ନେଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲୁ। ଆମ ନେତା ଗତକାଲି ଦଳ ଛାଡ଼ି ଥିଲେ, ଆଜି ଆମେ ଛାଡ଼ିଲୁ। ଆସନ୍ତା ୪ ତାରିଖରେ ବିଜେଡିରେ ସାମିଲ ହେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos