୧୨ କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ପ୍ରସଙ୍ଗ: ଆଜି ବୈଠକ କରିବେ ପିସିସି ସଭାପତି

ଭୁବନେଶ୍ୱର: ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ କଂଗ୍ରେସରେ ସୃଷ୍ଟି ହୋଇଥିବା ଅନ୍ତର୍ଦ୍ୱନ୍ଦ୍ୱର ସମାଧାନ ପାଇଁ ଆଜି କଂଗ୍ରେସ ବିଧାୟକଙ୍କ ବୈଠକ ବସିବ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦିଲ୍ଲୀ ଯାଇଥିବା ୧୨ ବିଧାୟକଙ୍କ ସହ ଆଲୋଚନା କରିବେ। ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ୧୨ ବିଧାୟକଙ୍କ ସହ ସେ କରିବେ। ଏମାନେ ଦିଲ୍ଲୀରେ ହାଇକମାଣ୍ଡଙ୍କ ପାଖରେ କ’ଣ ଫେରାଦ ହେଲେ ଓ ତାକୁ ନେଇ କାହିଁକି ଦ୍ୱନ୍ଦ୍ୱ ସୃଷ୍ଟି ହେଲା, ତା’ର କାରଣ ଖୋଜିବେ ପିସିସି ସଭାପତି। ବିଧାୟକଙ୍କୁ […]

Prasad

Prasad

Rakesh Mallick
  • Published: Thursday, 30 July 2015
  • Updated: 30 July 2015, 10:11 AM IST

ଭୁବନେଶ୍ୱର: ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ କଂଗ୍ରେସରେ ସୃଷ୍ଟି ହୋଇଥିବା ଅନ୍ତର୍ଦ୍ୱନ୍ଦ୍ୱର ସମାଧାନ ପାଇଁ ଆଜି କଂଗ୍ରେସ ବିଧାୟକଙ୍କ ବୈଠକ ବସିବ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦିଲ୍ଲୀ ଯାଇଥିବା ୧୨ ବିଧାୟକଙ୍କ ସହ ଆଲୋଚନା କରିବେ। ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ୧୨ ବିଧାୟକଙ୍କ ସହ ସେ କରିବେ। ଏମାନେ ଦିଲ୍ଲୀରେ ହାଇକମାଣ୍ଡଙ୍କ ପାଖରେ କ'ଣ ଫେରାଦ ହେଲେ ଓ ତାକୁ ନେଇ କାହିଁକି ଦ୍ୱନ୍ଦ୍ୱ ସୃଷ୍ଟି ହେଲା, ତା’ର କାରଣ ଖୋଜିବେ ପିସିସି ସଭାପତି। ବିଧାୟକଙ୍କୁ ଶୁଣିବା ପରେ ଦ୍ୱନ୍ଦ୍ୱ ଦୂର  କରିବା ପାଇଁ ରାସ୍ତା ଖୋଜିବେ। ତେବେ ଏହି ବୈଠକକୁ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନାହିଁ। ସେ ନିଜେ ଏହା ସ୍ପଷ୍ଟ କରିଥିବାବେଳେ ବୈଠକ ସଂପର୍କରେ ମୁହଁ ଖୋଲି ନାହାନ୍ତି ପିସିସି ସଭାପତି। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ସନ୍ଧ୍ୟାରେ ତାଙ୍କ ବାସଭବନରେ ଡାକିଥିବା ବୈଠକକୁ ବାତିଲ କରି ଦିଆଯାଇଛି। ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ପରଲୋକରେ ଦେଶ ୭ ଦିନିଆ ଶୋକ ପାଳନ କରୁଥିବା ଯୋଗୁ ବିଧାୟକ ଦଳ ବୈଠକକୁ ବାତିଲ କରି ଦିଆଯାଇଛି ବୋଲି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀ ଗସ୍ତ ସମୟରେ ଏହି ବିଧାୟକମାନେ ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଓ ତାରା ପ୍ରସାଦ ବାହିନୀପତିଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ହଟାଇ ତାଙ୍କ ସ୍ଥାନରେ ବିଧାୟକ ନବ ଦାସଙ୍କୁ ବସାଇବାକୁ କହିଥିଲେ ବୋଲି ଶୁଣିବାକୁ ମିଳୁଛି। ଅନ୍ୟ ପକ୍ଷରେ ନବ ଦାସ ଓ ଦିଲ୍ଲ ଯାଇଥିବା ଅନ୍ୟ ବିଧାୟକମାନେ ଏହାକୁ ଅସ୍ୱୀକାର କରି ଆସୁଛନ୍ତି। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାରୁ ସୌଜନ୍ୟମୂଳକ ଆଲୋଚନା କରିବାକୁ ସେମାନେ ଦଳୀୟ ଅଧ୍ୟକ୍ଷା ଓ ଉପ-ସଭାପତିଙ୍କୁ ଭେଟିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story