‘ଠକ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି’

nn

ଭୁବନେଶ୍ୱର: ଆମେ ଚାଷୀଙ୍କ ସ୍ୱାର୍ଥ ପାଇଁ ୪୦ଟି ସ୍କ୍ୱାଡ୍ ଗଠନ କରିଛୁ। ଯେଉଁଠି ମିଲର ଠକିଛନ୍ତି ସେଠାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଅସାଧୁ ମିଲରଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବିରୋଧୀଙ୍କ ପ୍ରଶ୍ନର ଏପରି ଉତ୍ତର ଦେଉଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର।

ସେ କହିଛନ୍ତି- “ସମ୍ବଲପୁରରେ ୧୨ଟି ମିଲ୍ ସିଜ୍ ହୋଇଛି। ସେହିପରି ବରଗଡ଼ରେ ୧୨ଟି ଏବଂ କଳାହାଣ୍ଡିରେ ୨/୩ଟିକୁ କଳା ତାଲିକାଭୁକ୍ତ କରାଯାଇଛି।”

ସେ ଆହୁରି କହିଛନ୍ତି- “ଧାନର ଏଫଏକ୍ୟୁ ମାନ କୋହଳ ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲୁ।  ଫୋନରେ କେନ୍ଦ୍ର ସରକାର ମନା କରିଥିଲେ। ଚିଠିର ଉତ୍ତର ମିଳିନାହିଁ। ”

ଗତକାଲି ସ୍ଥାନୀୟ ଚାଷୀଙ୍କ ଠାରୁ କମଦରରେ ଧାନ କିଣି ମଣ୍ଡିରେ ବିକୁଥିବା ଅଭିଯୋଗରେ ମାଲକାନଗିରି କାଲଦାପାଲ୍ଲୀ ମଣ୍ଡିରେ ଯୋଗାଣ ବିଭାଗର ଚଢ଼ାଉ  କରି ୩ ଜଣ ଦଲାଲଙ୍କୁ  ଧରିଥିଲା। ଏହାପରେ ଉକ୍ତ ଦଲାଲମାନଙ୍କୁ ପୋଲିସର ଜିମାରେ ଦେଇଥିଲା।  ତେବେ ଘଟଣା ସ୍ଥଳରୁ ୫ ଜଣ ଦଲାଲ ଫେରାର ହୋଇଯାଇଥିଲେ।  ଜିଲ୍ଲାପାଳଙ୍କ ନିକଟରେ ଚାଷୀଙ୍କ ଅଭିଯୋଗ ପରେ ଯୋଗାଣ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା।

Previous ArticleNext Article

Send this to a friend