୧୨ ଘଣ୍ଟିଆ ଜି.ଉଦୟଗିରି ବନ୍ଦ

<p>ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ଆଜି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିଠାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କୁଇଦିନ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ୩ଟି ପ୍ରମୁଖ ଦାବି ନେଇ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଉଛି।</p> <p>ଗତ ୯ ତାରିଖରେ ମଳିକାପଡ଼ି ପଞ୍ଚାୟତ କୁମ୍ଭରକୁପା ଗାଁର ଦେଶାନ୍ତ ପ୍ରଧାନଙ୍କର ଟ୍ରକ ଚକା ତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା। ଏହା ଦୁର୍ଘଟଣା ନୁହେଁ ତାଙ୍କୁ ଜାଣି ଶୁଣି ହତ୍ୟା କରାଯାଇଥିବା ଅଭିଯୋଗ କରି ପରିବାର ଲୋକେ ଏନେଇ ଜି.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ କ୍ଷେତ୍ରବାସୀ ମହାପାତ୍ରଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତକୁ ଗିରଫ କରିବା, ପୀଡ଼ିତ ପରିବାରକୁ କ୍ଷତି ପୂରଣ ଓ ମଦ ଦୋକାନ ଉଚ୍ଛେଦ ଦାବିରେ ବନ୍ଦ ଠାକରା ଦେଇଛି ମଞ୍ଚ।</p>

Ordigital Desk
  • Published: Saturday, 28 April 2018
  • Updated: 28 April 2018, 10:20 AM IST

Sports

Latest News

<p>ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ଆଜି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିଠାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କୁଇଦିନ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ୩ଟି ପ୍ରମୁଖ ଦାବି ନେଇ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଉଛି।</p><p>ଗତ ୯ ତାରିଖରେ ମଳିକାପଡ଼ି ପଞ୍ଚାୟତ କୁମ୍ଭରକୁପା ଗାଁର ଦେଶାନ୍ତ ପ୍ରଧାନଙ୍କର ଟ୍ରକ ଚକା ତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା। ଏହା ଦୁର୍ଘଟଣା ନୁହେଁ ତାଙ୍କୁ ଜାଣି ଶୁଣି ହତ୍ୟା କରାଯାଇଥିବା ଅଭିଯୋଗ କରି ପରିବାର ଲୋକେ ଏନେଇ ଜି.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ କ୍ଷେତ୍ରବାସୀ ମହାପାତ୍ରଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତକୁ ଗିରଫ କରିବା, ପୀଡ଼ିତ ପରିବାରକୁ କ୍ଷତି ପୂରଣ ଓ ମଦ ଦୋକାନ ଉଚ୍ଛେଦ ଦାବିରେ ବନ୍ଦ ଠାକରା ଦେଇଛି ମଞ୍ଚ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos