ଧରାପଡ଼ିଲେ ୧୨ ମାଓବାଦୀ

hhh

ମାଲକାନଗିରି( ଓଡ଼ିଶା ରିପୋର୍ଟର) : ମାଲକାନଗିରି ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ୧୨ ଜଣ ମାଓବାଦୀଙ୍କୁ ପୋଲିସ୍‌ ଗିରଫ କରିଛି। ବିଭିନ୍ନ ସ୍ଥାନରେ କମ୍ବିଂ କରି ଏହି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ୍‌। ଗିରଫ ମାଓବାଦୀମାନେ ବିଭିନ୍ନ ହତ୍ୟାକାଣ୍ଡ ଓ ହିଂସାକାଣ୍ଡ ଘଟଣାରେ ଜଡ଼ିତ ଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମାଲକାନଗିରି ଏସପି କହିଛନ୍ତି-“୧୨ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣ ମୁଇଆଙ୍କ ବାସୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା ବେଳେ ଆଉ ୪ ଜଣ  ଡମ୍ବରୁ ନାୟକ ଓ  ଆଉ ଜଣେ ସାଧୁ ଖେମୁଣ୍ଡୁ ହତ୍ୟାକାଣ୍ଡରେ ସାମିଲ ଥିଲେ। କାଲିମେଳା ଓ ଚିତ୍ରକୋଣ୍ଡା ଅଞ୍ଚଳରେ କମ୍ବିଂ ଅପରେସନ କରାଯାଇ ଏହି ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ହାର୍ଡକୋର ମିଲେସିଆ।”

Previous ArticleNext Article

Send this to a friend